ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ଅନେକ ବିଜେପି ଓ କଂଗ୍ରେସ କର୍ମୀ

ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ଅନେକ ବିଜେପି କଂଗ୍ରେସ କର୍ମୀ। ବିଜେପିର ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ,ସତ୍ୟ ନାରାୟଣ ବେହେରା, ବଶିଷ୍ଠ ସାମାଜିକ କର୍ମୀ ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ବିଜେଡ଼ି ଦଳରେ ସାମିଲ୍ ହେଉଛନ୍ତି ।

ଭୁବନେଶ୍ୱର : ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ଅନେକ ବିଜେପି କଂଗ୍ରେସ କର୍ମୀ। ବିଜେପିର ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ,ସତ୍ୟ ନାରାୟଣ ବେହେରା, ବଶିଷ୍ଠ ସାମାଜିକ କର୍ମୀ ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ବିଜେଡ଼ି ଦଳରେ ସାମିଲ୍ ହେଉଛନ୍ତି ।

ନିଜର ଶହ ଶହ ସମର୍ଥକଙ୍କ ସହ ଆଜି ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବା ପରେ ଦଳ କନ୍ଧମାଳରେ ଆହୁରି ଦୃଢ଼ ଓ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସବୁ କର୍ମୀ ଓ ନେତାଙ୍କୁ ଉତରିୟ ଦେଇ ବିଜେଡ଼ିକୁ ସ୍ୱାଗତ କରି ଦଳ ପାଇଁ ସେମାନେ ଭଲ କାମ କରିବେ ବୋଲି କହିଥିଲେ ।

ଦଳରେ ସାମିଲ ହୋଇଥିବା ଅନେକ ନେତା ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି। ସେମାନେ କହିଛନ୍ତି ଆମେ ନୂଆଁ କନ୍ଧମାଳ ବିକଶିତ କନ୍ଧମାଳ ପାଇଁ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିବୁ। ଆଜିର ଏହି ମିଶ୍ରଣ ପର୍ବରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ସାଂସଦ ସସ୍ମିତ ପାତ୍ର, ବିଜେଡ଼ି ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.