‘ବାପଘରୁ Fortuner କାର୍‌ ନେଇକି ଆସ…’; ଆଗ୍ରାରେ ଦୁଇ ଭାଇ ନିଜ ନିଜ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ

ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ Fortuner କାର୍‌ ନ ମିଳିବାରୁ ଦୁଇ ଜଣ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି ।

ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ Fortuner କାର୍‌ ନ ମିଳିବାରୁ ଦୁଇ ଜଣ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି । ଏହି ଦୁଇ ସ୍ୱାମୀ ହେଲେ ଦୁଇ ଭାଇ ଏବଂ ଦୁଇ ଜଣ ସ୍ତ୍ରୀ ମଧ୍ୟ ଦୁଇ ଭଉଣୀ । ଆଶ୍ଚର୍ଯ୍ୟର କଥା, ସ୍ୱାମୀ ଦୁହେଁ ଶପଥ ନେଇଛନ୍ତି କି, ଯେ ପର୍ଯ୍ୟନ୍ତ ଫର୍‌ଚ୍ୟୁନର ମିଳିନାହିଁ, ସେ ପର୍ଯ୍ୟନ୍ତ ସେମାନେ ସ୍ତ୍ରୀମାନଙ୍କୁ ଘରେ ରଖିବେ ନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମୁତାବକ, ଅଛନେରା ଅଞ୍ଚଳର ଦୁଇ ଭଉଣୀଙ୍କର ବିବାହ ତାଜଗଞ୍ଜ ଅଞ୍ଚଳର ଦୁଇ ଭାଇଙ୍କ ସହିିତ ହୋଇଥିଲା । ୨୦୨୦ରେ ହିନ୍ଦୁ ରୀତିନୀତି ଅନୁସାରେ ଦୁଇ ଦମ୍ପତିଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବାହାଘର ପରେ ଦୁଇ ଭଉଣୀ ନିଜ ନିଜ ସ୍ୱାମୀଙ୍କ ସହିତ ହସଖୁସିରେ ରହିଥିଲେ । ହେଲେ ବିବାହର ପ୍ରାୟ ୨ ବର୍ଷ ପରେ କାର୍‌କୁ ନେଇ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।

ଦୁଇ ଭାଇ ନିଜ ଶ୍ୱଶୁର ଘରୁ ଏକ ଫର୍‌ଚ୍ୟୁନର କାର୍‌ ଦାବି କରିଥିଲେ । ଅଭିଯୋଗ ରହିଛି, କାର୍‌ ନ ଦେବାରୁ ସେମାନେ ସ୍ତ୍ରୀମାନଙ୍କ ସହିତ ମାରପିଟ କରିବା ଆରମ୍ଭ କରିିଥିଲେ । ଦିନେ ସ୍ତ୍ରୀ ସହିତ ବଡ଼ ଭାଇର ଜୋରଦାର ଝଗଡ଼ା ହୋଇଥିଲା । ବଡ଼ ଭାଇକୁ ଦେଖି ସାନ ଭାଇ ମଧ୍ୟ ସ୍ତ୍ରୀକୁ ଗାଳିମନ୍ଦ କରିଥିଲା । ଏଥିରେ ରାଗି ଯାଇ ଦୁଇ ଭଉଣୀ ନିଜ ବାପଘରକୁ ଚାଲିଯାଇଥିଲେ ।

୨୦୨୩ ଡିସେମ୍ବରରୁ ହିଁ ସେମାନେ ବାପଘରେ ରହୁଛନ୍ତି । ଦୁହେଁ ଘରେ ନିଜ ମା’, ବାପାଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ, ଯାହାପରେ ପୋଲିସ ନିକଟରେ ଦୁଇ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା । ପୋଲିସ ଏହି ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇଥିଲା । ସେଠାରେ ଦୁଇ ଦମ୍ପତିଙ୍କର କାଉନ୍‌ସିଲିଂ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.