ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ଝଟକା, ୨୩ ଏପ୍ରିଲ ଯାଏଁ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ରାଉସ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ରାଉସ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି । ରାଉସ ଆଭେନ୍ୟୁ କୋର୍ଟ ମାମଲାର ଆଗାମୀ ଶୁଣାଣି ୨୬ ଏପ୍ରିଲ ୧୧ଟାରେ ହେବ ।

କୋର୍ଟ ଶୁଣାଣି କରିବା ସମୟରେ କହିଛନ୍ତି କି, ଯେଉଁ ଦସ୍ତାବିଜ ଲିଷ୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ତାହାର ଯାଞ୍ଚ ଏପର୍ଯ୍ୟନ୍ତ ପୂରଣ ହୋଇନି । ଏହାପୂର୍ବରୁ କୋର୍ଟ ଆପ୍‌ ନେତା ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୮ ଏପ୍ରିଲ ଯାଏଁ ବଢାଇଥିଲେ ।
ସିସୋଦିନଆ ଜାମିନ ଶୁଣାଣି ସମୟରେ ତାଙ୍କ ଓକିଲ ମୋହିତ ମାଥୁର ଦଲିଲ ଦେଇଥିଲେ କି, ଏହି ମାମଲାରେ ଯାଞ୍ଚ କରିବା ପାଇଁ ଅଧିକ ସମୟ ନିଆଯାଉଛି ।

ଇଡି ଏବଂ ସିବିଆଇ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କ ଭୂମିକା ଯାଞ୍ଚ କରୁଛି । ଇଡି କହିବା ମୁତାବକ, ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଲାଗୁ କରିବାରେ ଭ୍ରଷ୍ଟାଚାର ହୋଇଛି । ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଏହି ମାମଲାରେ କେଜ୍ରିଓ୍ଵାଲଙ୍କ ସହିତ ଅନେକ ଆପ୍‌ ନେତା ଏବଂ ମନ୍ତ୍ରୀ ରହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତକୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ବଢାଇ ଦେଇଛି । ଏହି ମାମଲାରେ କେଜ୍ରିଓ୍ଵାଲଙ୍କୁ ଇଡି ୨୧ ମାର୍ଚ୍ଚରେ ଗିରଫ କରିଥିଲା ।

୨୦୨୧ ମାର୍ଚ୍ଚ ୨୨ରେ ମନୀଷ ସିସୋଦିଆ ନୂତନ ମଦ ନୀତି ଘୋଷଣା କରିଥିଲେ । ୨୦୨୧ ନଭେମ୍ବର ୧୭ରେ ନୂତନ ମଦ ନୀତି ଅର୍ଥାତ୍‌ ଏକ୍ସାଇଜ୍ ପଲିସି ୨୦୨୧-୨୨ ଲାଗୁ କରାଯାଇଥିଲା । ନୂତନ ନୀତି ଆସିବା ପରେ ସରକାର ମଦ ବ୍ୟବସାୟରୁ ବାହାରି ଆସିଥିଲେ ଏବଂ ପୂରା ମଦ ଦୋକାନ ଘରୋଇ ହାତକୁ ଚାଲିଯାଇଥିଲା ।

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସଞ୍ଜୟ ସିଂ ୬ମାସ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.