ଭୋଟର ପରିଚୟ ପତ୍ର ନଥିଲେ ବି ଦେଇପାରିବେ ଭୋଟ୍‌, ଆଉ ପୋଲିଙ୍ଗ ବୁଥ୍‌ ପାଖରୁ ଆଉ ଫେରିବାକୁ ପଡିବନି ଆପଣଙ୍କୁ

ଯଦି ଆପଣଙ୍କ ଭୋଟର ପରିଚୟପତ୍ର କେଉଁଠି ହଜି ଯାଇଛି ବା ପାଉନାହାନ୍ତି ତେବେ ଆଦୌ ବି ଚିନ୍ତା କରନ୍ତୁ ନାହିଁ । କାହିଁକିନା ଏପରି ଲୋକଙ୍କ ପାଇଁ ନିର୍ବାଚନ ଆୟୋଗ ୧୧ ପ୍ରକାର ବିକଳ୍ପ ଦେଇଛନ୍ତି । ଯାହା ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ।

ସାରା ଦେଶରେ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟର ୧୦୨ ସିଟ୍ ପାଇଁ କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ ଅଧିକାର ପ୍ରୟୋଗ କରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ଯଦି ଆପଣଙ୍କ ଭୋଟର ପରିଚୟପତ୍ର କେଉଁଠି ହଜି ଯାଇଛି ବା ପାଉନାହାନ୍ତି ତେବେ ଆଦୌ ବି ଚିନ୍ତା କରନ୍ତୁ ନାହିଁ । କାହିଁକିନା ଏପରି ଲୋକଙ୍କ ପାଇଁ ନିର୍ବାଚନ ଆୟୋଗ ୧୧ ପ୍ରକାର ବିକଳ୍ପ ଦେଇଛନ୍ତି । ଯାହା ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ । ଯଦି ଆପଣ ଏହିସବୁ କାଗଜପତ୍ର ଧରି ପୋଲିଂ ବୁଥରେ ପହଞ୍ଚିବେ ତେବେ ଆପଣଙ୍କୁ କେହି ଭୋଟ୍ ଦେବାରୁ ରୋକି ପାରିବେ ନାହିଁ । କିନ୍ତୁ ଯଦି ଆପଣ ନିର୍ବାଚନ ଆୟୋଗର ନିୟମକୁ ନମାନିବେ ତାହେଲେ ଭୋଟ୍‌ ଦେବାରୁ ବଞ୍ଚିତ ହେବେ ନିଶ୍ଚିତ । ତେବେ ଆସନ୍ତୁ ଆଉ ବିଳମ୍ବ ନକରି ଜାଣିବେ ଭୋଟର କାର୍ଡ ନଥିଲେ କେମିତି ଭୋଟ୍‌ ଦାନ କରିବେ ।

ଭୋଟର ଆଇଡି କାର୍ଡ ନ ଥିଲେ କ’ଣ କରିବେ?

ସର୍ବପ୍ରଥମେ ତ ଆପଣ ନିଜ ଆଧାର କାର୍ଡକୁ ବି ଭୋଟର ପରିଚୟପତ୍ର ଭାବରେ ବ୍ୟବହାର କରିପାରିବେ । ଆପଣଙ୍କ ପାଖରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ୧୧ ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ବି ଥିଲେ ଆପଣ ଭୋଟ ଦେଇପାରିବେ । ଏହି ପରିଚୟପତ୍ର ମଧ୍ୟରେ ରହିଛି ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପରିଚୟପତ୍ର ଯୁକ୍ତ କାର୍ଡ, ପିଏସୟୁ କିମ୍ବା ପବ୍ଲିକ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଜାରି ଫଟୋଯୁକ୍ତ ଆଇ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଜାରି ଫଟୋଯୁକ୍ତ ପାସବୁକ୍‌, ଫଟୋ ସହ ପେନସନ ଡକ୍ୟୁମେଣ୍ଟ, ପାନ କାର୍ଡ, ମନରେଗା ଜବ୍ କାର୍ଡ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଏମପି –ଏମଏଲ୍‌ଏ କିମ୍ବା ଏମଏଲ୍‌ସି ଲାଗି ଜାରି ହୋଇଥିବା ଅଫିସିଆଲ ଆଇ କାର୍ଡ ପାଖରେ ଥିଲେ ଆପଣ ଭୋଟ୍ ଦେଇପାରିବେ ।

ଯଦିଓ ଆପଣଙ୍କ ପାଖରେ ଏସବୁ ପରିଚୟପତ୍ର ରହିବାର ଅର୍ଥ ନୁହେଁ ଯେ ଆପଣ ଭୋଟ ଦେବା ପାଇଁ ଯୋଗ୍ୟ ଅଟନ୍ତି । ଭୋଟ ଦେବା ପାଇଁ ଜରୁରୀ ଯେ ଆପଣଙ୍କ ନାମ ମତଦାତା ସୂଚୀରେ ରହିଥିବା ଜରୁରୀ । ଯଦି ଆପଣଙ୍କ ନାମ ମତଦାତା ସୂଚୀରେ ନଥିବ ତାହେଲେ ନିର୍ବାଚନ ଆୟୋଙ୍କ ନିର୍ଦ୍ଦେଶ ମୁତାବକ ୧୧ଟି ମଧ୍ୟରୁ କୌଣସି ବି ପରିଚୟ ପତ୍ର ରହିଥିଲେ ସୁଦ୍ଧା ବି ଆପଣଙ୍କୁ ଭୋଟ ଦେବାକୁ ଅନୁମତି ମିଳିବ ନାହିଁ ।

You might also like