IIM ଛାତ୍ରମାନଙ୍କ ଅଭିନବ ପ୍ରୟାସ, ତିଆରି କଲେଏୟାର୍ କଣ୍ଡିସନ୍ ହେଲ୍ମେଟ୍
ଗୁଜୁରାଟର ଆଇଆଇଏମ୍ ଭଦୋଦରା ଛାତ୍ରମାନେ ଏକ ନିଆରା ଉପାୟ ପାଇଛନ୍ତି। ଏହି ଛାତ୍ରମାନେ ଗୋଟିଏ ଏୟାର୍ କଣ୍ଡିସନ୍ ହେଲ୍ମେଟ୍ ତିଆରି କରିଛନ୍ତି । ଯାହା ଗରମ ଉତ୍ତାପରୁ ଆପଣଙ୍କୁ ଟିକିଏ ଶିଥିଳତା ପ୍ରଦାନ କରିବ ।

ଦିନକୁ ଦିନ ଅସହ୍ୟ ହେଉଛି ତାତି । ରୌଦ୍ରଙ୍କ ଉତ୍ତାପ ସମଗ୍ର ଦେଶବାସୀଙ୍କୁ କଲବଲ କରୁଛି । ଟକମକ୍ ତାତିରେ ଫୁଟୁଛି ସାରା ଦେଶ । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଛୁଇଁଥିବା ବେଳେ ଏନେଇ ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ତେବେ ଏହି ଖରା ସମସ୍ତଙ୍କୁ ଅସୁବିଧାରେ ପକାଉଥିବା ବେଳେ ଯେଉଁ ବ୍ୟକ୍ତିମାନେ ଦିନ ସାରା ବାହାରେ ରହୁଛନ୍ତି ସେ ଏହି ଖରାରେ ଭାଜି ହୋଇଯାଉଛନ୍ତି । ତାଙ୍କୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିବ । ଏହାକୁ ଧ୍ୟାନରେ ରଖି ଗୁଜୁରାଟର ଆଇଆଇଏମ୍ ଭଦୋଦରା ଛାତ୍ରମାନେ ଏକ ନିଆରା ଉପାୟ ପାଇଛନ୍ତି। ଏହି ଛାତ୍ରମାନେ ଗୋଟିଏ ଏୟାର୍ କଣ୍ଡିସନ୍ ହେଲ୍ମେଟ୍ ତିଆରି କରିଛନ୍ତି । ଯାହା ଗରମ ଉତ୍ତାପରୁ ଆପଣଙ୍କୁ ଟିକିଏ ଶିଥିଳତା ପ୍ରଦାନ କରିବ ।
ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ । ସେଥିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି । ଯାହା କଠିନ ସୂର୍ଯ୍ୟ କିରଣରେ ଲମ୍ବା ସମୟ ପର୍ଯ୍ୟନ୍ତ ଆରାମ ପ୍ରଦାନ କରିବ । ଏହି ହେଲମେଟ ପିନ୍ଧିବା ପରେ ମୁଣ୍ଡର ଚର୍ତୁପାର୍ଶ୍ୱରୁ ଥଣ୍ଡା ପବନ ପ୍ରବାହିତ ହେବ । ଯାହା ଦ୍ୱାରା ସୂର୍ଯ୍ୟ କିରଣରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଏହି ଏସି ହେଲମେଟ୍ ଟିକିଏ ଆରାମ ହେବ । ଭଦୋଦରା ଟ୍ରାଫିକ ପୋଲିସ ବିଭାଗ ଏହାର କର୍ମଚାରୀମାନଙ୍କୁ ଏହି ଏସି ହେଲମେଟ ଯୋଗାଇବା ଆରମ୍ଭ କରିସାରିଛି। ଦିନର ଉତ୍ତପ୍ତ ସମୟରେ ଡ୍ୟୁଟିରେ ଥିବା ପ୍ରାୟ ୪୫୦ ଟ୍ରାଫିକ୍ ପୋଲିସ୍ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ହେଲମେଟ ସହିତ ସଜାଯାଇଛି।
ତେବେ ଏହି ଏସି ହେଲମେଟ୍ କଣ ? ଏହି ଏସି ହେଲମେଟଗୁଡିକ ସାଧାରଣ ଲୋକଙ୍କ ପାଇଁ ତଥା ସମଗ୍ର ଭାରତରେ ଟ୍ରାଫିକ୍ ପୋଲିସ୍ ପାଇଁ ହୋଇପାରିବ କି ? ଡିଜାଇନ୍ ର ବିସ୍ତାରତା ଏବଂ ଏହାର ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି ଏହି ଖରାଦିନେ ଗରମ ଗୁଳୁ ଗୁଳିରେ ଉତ୍ତାପ ସମ୍ବନ୍ଧୀୟ ରୋଗ ଯେପରିକି କ୍ଳାନ୍ତି ଏବଂ ଷ୍ଟ୍ରୋକ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ । ଏସି ହେଲମେଟ ପିନ୍ଧୁଥିବା ଲୋକଙ୍କୁ ଥଣ୍ଡା ରଖିବା ସହ ଉତ୍ତାପ ଜନିତ ରୋଗର ସମ୍ଭାବନାକୁ ହ୍ରାସ କରିବାରେ ସାହାଯ୍ୟ କରିବ ।
ତେବେ ଏହା ମୋଟର ଚାଳକଙ୍କ ପାଇଁ ସୁରକ୍ଷା ଉପକରଣକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବ । ଦୁଇ ଚକିଆ ଯାନରେ ଯିବାବେଳେ ସବୁବେଳେ ହେଲମେଟ ପିନ୍ଧିବା ପରାମର୍ଶଦାୟକ । କାରଣ ଦୁର୍ଘଟଣା ସମୟରେ ଆପଣଙ୍କୁ ଗୁରୁତର ଆଘାତରୁ ରକ୍ଷା କରିବା ପାଇଁ ଏଗୁଡିକ ତିଆରି କରାଯାଇଛି । ରାସ୍ତାରେ ବିନା ହେଲମେଟରେ ଯାତ୍ରା କରିବା ଏକ ଦଣ୍ଡନୀୟ ଅପରାଧ । ତେଣୁ ହେଲମେଟ ପିନ୍ଧିବା ନିତାନ୍ତ ଆବଶ୍ୟକ ନହେଲେ ଫାଇନ୍ ଗଣିବାକୁ ପଡ଼ିଥାଏ । ଏପରି ସ୍ଥଳେ ଏସି ହେଲମେଟ୍ ସୁରକ୍ଷା ପ୍ରଦାନ କରିବାରେ ବିଶେଷ ଭୂମିକା ଗ୍ରହଣ କରିପାରେ ।