କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ, ୪ ଗିରଫ

କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ କୁ ଗିରଫ କଲା ସାଇବର ଥାନା ପୋଲିସ।

ଭୁବନେଶ୍ୱର : କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଂଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବାନଲତା ସାହୁ । ବଲାଙ୍ଗୀର ଅଂଚଳର ମାନସ ରଂଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ ।

ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ ଠାବ । ଭୁବନେଶ୍ବରରେ ବସି ସାରା ବିଶ୍ଵର ଲୋକଙ୍କୁ କରୁଥିଲେ ଠକେଇ । Investment କରି ୨୦ ପ୍ରତିଶତ ହରାରେ ଟଙ୍କା ପାଇବା ନେଇ ଦିଆ ଯାଉଥିଲା ଲୋଭନୀୟ ଅଫର୍ । ମ୍ୟୁଲ ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୁନା ।

ଗତ ୧୧ ତାରିଖରେ ମଞ୍ଚେଶ୍ୱରେ ଥାନା ବରୀମୁଣ୍ଡ ଅଂଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ।

ତଦନ୍ତ ବେଳେ ୪୬ ଟି ମ୍ୟୁଲ୍ ଆକାଉଣ୍ଟ , ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରାଯାଇଛି । ସେପଟେ ଏବେ ସାମ୍ନାକୁ ଆସିଛି ନୂଆ ପ୍ରକାରର ସାଇବର ଠକେଇ । ଟେଲିଗ୍ରାମ ଜରିଆରେ ଏହି ଠକେଇ ହେଉଛି । ଆପେ ଆପେ ଏଥିରେ ଟେଲିଗ୍ରାମ୍ ଗ୍ରୁପ୍ କରି ଦିଆଯାଉଛି ।

ଏଥିରେ ଅନ୍ୟ ମେମ୍ବର ସବୁ ଠକେଇ ଗ୍ରୁପର ରହିବା ସହ ଭଲ ବିନିଯୋଗ କରିବା ସହ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିବା ନେଇ ସ୍କ୍ରିନ ସଟ ଗ୍ରୁପରେ ଦେବେ ପରେ ଜେଉନମନେ ପ୍ରଭାବିତ ହୋଇ ଟଙ୍କା ବିନିଯୋଗ କରନ୍ତି । ପରେ କିଛି ମାତ୍ରାରେ ଟଙ୍କା ମଧ୍ୟ ପ୍ରଫିଟ ପାଇଥାନ୍ତି । ପରେ ଯେତେବେଳେ ଅଧିକ ଟଙ୍କା ବିନିଯୋଗ କରିବ ସେତେବେଳେ ଲୋକ ଫସିଯିବା ସହ ସବୁ ଟଙ୍କା ହରେଇ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.