କୁମାରେଶ୍ଵରଙ୍କ ଶାଢୀ ମେଲଣ, ଏଠି ସମସ୍ତ ଭକ୍ତଙ୍କ ମାନସିକ ହୁଏ ପୂର୍ଣ୍ଣ

ମେଲଣ ବିଷୟରେ କହିଲାବେଳେ ଇନ୍ଦିପୁର ମେଲଣ କଥା ଆପେ ଆପେ ମନକୁ ଚାଲି ଆସେ । କାରଣ ଏହା ଖୁବ୍ ପାରମ୍ପରିକ । ଏକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଭଗବାନଙ୍କ ସହ ରଙ୍ଗ ଅବିର ଖେଳିବାର ଅନୁଭୂତି ଏବଂ ନୂଆ ଶାଢି ଉପରେ ଠାକୁରଙ୍କ ଆଗମନ ଆଧ୍ୟାତ୍ମିକ  କରିଦେଇଥାଏ ପରିବେଶକୁ । 

ପିପିଲି(କେନ୍ୟୁଜ୍‌): ମେଲଣ ବିଷୟରେ କହିଲାବେଳେ ଇନ୍ଦିପୁର ମେଲଣ କଥା ଆପେ ଆପେ ମନକୁ ଚାଲି ଆସେ । କାରଣ ଏହା ଖୁବ୍ ପାରମ୍ପରିକ । ଏକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଭଗବାନଙ୍କ ସହ ରଙ୍ଗ ଅବିର ଖେଳିବାର ଅନୁଭୂତି ଏବଂ ନୂଆ ଶାଢି ଉପରେ ଠାକୁରଙ୍କ ଆଗମନ ଆଧ୍ୟାତ୍ମିକ  କରିଦେଇଥାଏ ପରିବେଶକୁ ।

ବିଭୂ ପ୍ରେମରେ ସମସ୍ତେ ବିଭୋର । ଭାବ ଆଉ ଭକ୍ତିର ଏହି ମହା ମିଳନ । ପ୍ରତି ବର୍ଷ ଏଠି ପୁରୀ ଜିଲ୍ଲା ଡ଼େଲାଙ୍ଗ ଇନ୍ଦିପୁରରେ ଏକାଠି କରେ ଶ୍ରଦ୍ଧାଳୁଙ୍କୁ । ପ୍ରତି ବର୍ଷ ପାଳିତ ହେଉଥିବା ଏହି ମେଲଣ ତା’ର ପଣତ ବିଛାଏ । ଭକ୍ତର ଭାବ ଡ଼ୋରୀରେ ବନ୍ଧା ଭଗବାନ ବିଜେ କରନ୍ତି ବିମାନରେ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୁଅନ୍ତି ଏଠାରେ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଜମେ ଏଠାରେ । ଏହି ମେଲଣ କାହିଁ କେତେ କାଳରୁ ହୋଇ ଆସୁଛି ବୋଲି ଗ୍ରାମବାସୀ କୁହନ୍ତି ।

ମେଲଣର କେନ୍ଦ୍ରରେ ଥା’ନ୍ତି ପ୍ରଭୁ କୁମାରେଶ୍ଵର । ଠାକୁରଙ୍କୁ ଶୋଭାଯାତ୍ରାରେ ବିମାନରେ ଗ୍ରାମ ପରିକ୍ରମା କରାଯାଉଥିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ଘଂଟ ଘଂଟା ହରିବୋଲ ଏବଂ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ଏହି ମେଲଣର ସ୍ଵତନ୍ତ୍ରତା ହେଉଛି ଠାକୁର ଆସିବା ସମ୍ରୟରେ ନିସନ୍ତାନ ନାରୀ ଏବଂ ଦୂରାରୋଗ୍ୟରେ ପିଡ଼ିତ ଥିବା ମହିଳାମାନେ  ଗାଁ ଦାଣ୍ଡରେ ନୂତନ ଶାଢୀ ପକାଇଥାନ୍ତି ।

ଏହା ଉପର ଦେଇ ଠାକୁର ଯିବା ସମୟରେ ଯେଉଁ ଧୂଳି ପଡ଼ିଥାଏ ତାହାକୁ ଦେହରେ ଲଗାଇଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ଶ୍ରଦ୍ଧାଳୁଙ୍କର ।  ବିଶ୍ଵାସ ଅଛି ମାନସିକ କରିଥିବା ବ୍ୟକ୍ତି ଶାଢୀ ପାରି ସେହି ଶାଢୀକୁ ପିନ୍ଧିଲେ ତାଙ୍କର ଅଧିଷ୍ଠ ପୂରଣ ହୁଏ । ଆଉ ଏହି ବିଶ୍ଵାସ ଆଧାରରେ ବହୁ ବର୍ଷ ଧରି ଚାଲି ଆସିଛି ଏହି ଶାଢୀ ପରା ମେଲଣର ପରମ୍ପରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.