କଙ୍ଗାରୁ କୋର୍ଟର ନିଷ୍ପତ୍ତି ଆଗରେ ହାର ମାନିଲା ମାନବିକତା, ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ପଡିରହିଲା ଶବ

ନୟାଗଡ: ଭୁଲିଗଲେ ମାନବିକତା। ନିଜ ସ୍ବାର୍ଥ ଆଗରେ ହରାଇବସିଲେ ମଣିଷ ପଣିଆ । କଙ୍ଗାରୁ କୋଟର ନିଷ୍ପତି କେତେଯେ ଭୟଙ୍କର, ତାହା ଆଖିରେ ନଦେଖିଲେ ଜଣେ ବିଶ୍ବାସ କରିପାରିବା ମୁସ୍କିଲ୍ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପାଣିଭଣ୍ଡାର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜରିମାନା ଅର୍ଥ ଦେଇ ନପାରିବାରୁ ଗାଁ ଦାଣ୍ଡରେ ପଡି ରହିଲା ଶବ । ସୂଚନା ଅନୁସାରେ ପାଣିଭଣ୍ଡାର ଗ୍ରାମର ପ୍ରଫୁଲ ଡାକୁଆଙ୍କୁ ଗ୍ରାମବାସୀ ଦେଢ ଲକ୍ଷ ଟଙ୍କା ଜରିମନା ପକେଇଥିଲେ । ଜୋରିମାନା ଅର୍ଥ ନଦେଇପାରିବାରୁ ତାଙ୍କୁ  ଗ୍ରାମରେ ଅଟକ ରଖାଯାଇଥିଲା ।

ଗତକାଲି ପ୍ରଫୁଲ ଡାକୁଆଙ୍କର ମୃତ୍ଯୁ ହୋଇଥିଲା । କିନ୍ତୁ ଗ୍ରାମବାସୀ ମାନେ କେହି ଶବ ଉଠାଇନଥିଲେ । ଗାଁ ଦାଣ୍ଡରେ ସେମିତି ଶବ ପଡିରହିଥିଲା । ବାଧ୍ୟହୋଇ ଶରଣକୁଳ ଥାନା ପୋଲିସ ଏକ ଆମ୍ବୁଲାନ୍ସ ଯୋଗେ ଆଜି ଶବ ଉଠାଇ ନେଇଥିବା ଜଣାପଡିଛି । ପୋଲିସ ଯେତେ ଗ୍ରାମବାସୀ ମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ଶୁଣିନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.