Below header

ଭଦ୍ରକ: ମନ୍ତେଇ ନଦୀରୁ ମୃତ କୁମ୍ଭୀର ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତର ଦୋହରାସାହି ଦେଇ ବୋହିଯାଉଥିବା ମନ୍ତେଇ ନଦୀରୁ ଏକ ମୃତ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ। ମୃତ କୁମ୍ଭୀର ଲମ୍ବ ପାଖାପାଖି ୬ ଫୁଟ ହେବ । କୁମ୍ଭୀର ନଦୀରେ ଭାସୁଥିବାର ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖି ପାଣିରୁ ଉଦ୍ଧାର କରି ନଦୀ ଉପରକୁ ଆଣି ବନବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ ।

crocodile dead

ବନବିଭାଗର କର୍ମଚାରୀ ପହଁଚି ମୃତ କୁମ୍ଭୀରକୁ ଜବତ କରିଥିଲେ । ତେବେ କୁମ୍ଭୀର କେଉଁ ପରିସ୍ଥିତିରେ ଓ କିପରି ମଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.