ଖୋର୍ଦ୍ଧା: ବାଲୁଗାଁ ଆଁକୁଲା ବାଉରୀ ସାହିରେ ହୃଦୟ ବିଦାରକ ଘଟଣା, ମା ଓ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଁକୁଲା ପଞ୍ଚାୟତ ବ୍ରାହ୍ମଣକୋଷଡ଼ିହ ବାଉରୀ ସାହିରେ ଘଟିଛି ହୃଦୟ ବିଦରକ ଘଟଣା ଏକା ସାଙ୍ଗରେ ମା ଓ ପୁଅର ଘଟିଛି ସନ୍ଦେହଜନକ  ମୃତ୍ୟୁ ସୂଚନା ମୁତାବକ  ଗତକାଲି ବିଳମ୍ବିତ ରାତ୍ରିରେ ବ୍ରାହ୍ମଣକୋଷଡ଼ିହ ଗ୍ରାମ ବାଉରୀ ସାହିର ବିଭୁ ନାୟକଙ୍କ ପତ୍ନୀ ସସ୍ମିତା ନାୟକ ଏବଂ ୩ ବର୍ଷର ପୁତ୍ରର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି ।  ତେବେ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି ଦାବି କରାଯାଉଛି l ପରିବାର ବର୍ଗଙ୍କ କହିବା ମୁତାବିକ ଉଭୟ ମା ଓ ପୁଅ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି l

କିନ୍ତୁ ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଜନସାଧାରଣ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବାଲୁଗାଁ ଏସଡ଼ିପିଓ, ବାଲୁଗାଁ ଆଇ.ଆଇ.ସି, ଏସଆଇ ଏବଂ ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ପୋଲିସ  ପରିବାରବର୍ଗର ସମସ୍ତଙ୍କୁ  ଅଟକ ରଖି ମୃତ୍ୟୁର କାରଣ ଖୋଜୁଛି  l ତେବେ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.