ଜେଲ ଗଲେ କଟକ ବାରଙ୍ଗ ତହସିଲଦାର, ୫୫ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତି ଠାବ କରି ବାନ୍ଧିଛି ଭିଜିଲାନ୍ସ

କଟକ(କେନ୍ୟୁଜ୍):  ଜେଲ ଗଲେ କଟକ ବାରଙ୍ଗ ତହସିଲଦାର । ତହସିଲଦାର ବିଚିତ୍ରାନନ୍ଦ ନାୟକ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଗତକାଲି ଭିଜିଲାନ୍ସ ଧରିଥିଲା। ଏପ୍ରିଲ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଭିଜିଲାନ୍ସ କୋର୍ଟ। ଗାଡିରୁ ଜବତ ହୋଇଥିଲା ୧ ଲକ୍ଷ ୭ ହଜାର ଟଙ୍କା। ୫୫ ଲକ୍ଷ ୬୯ ହଜାର ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ।

ଭୁବନେଶ୍ୱରରେ ରହିଛି ତିନୋଟି ପ୍ଲଟ। ଇନ୍ସୁରାନ୍ସ ପଲିସରେ ଜମା ଦେଇଛନ୍ତି ୨୫ ଲକ୍ଷ ଟଙ୍କା। ଗତକାଲି ଠାରୁ ପଟିଆ ବାସଘର ଓ ଢେଙ୍କାନାଳ ଗଁଦିଆ ପୈତୃକ ଘରେ ଚଢାଉ ଚାଲିଥିଲା। ଭିଜିଲାନ୍ସର ଖୋଳତାଡ଼ ଜାରୀ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.