ସୁନାର ସଂସାର ଭାଙ୍ଗୁଛି ହାତୀ, ଦୁଇ ବର୍ଷ ଭିତରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନେଲାଣି ଜୀବନ

ଢ଼େଙ୍କାନାଳ (କେନ୍ୟୁଜ୍) : ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ। କେଜାଣି କେତେ ଲୋକଙ୍କର ସୁନାର ସଂସାରକୁ ଭାଙ୍ଗି ଦେଉଛି ହାତୀ। ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀଙ୍କର ଉତ୍ପାତ। ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ବହୁ ଲୋକଙ୍କ ଜୀବନ ଗଲାଣି।

ଢେଙ୍କାନାଳ ଗୁଣୁଦେଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଲୋକମାନେ ମୃତକଙ୍କ ଶବକୁ ରାସ୍ତାରେ ରଖି ୫୫ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।

elephant deathସେହିପରି ଆଜି ସକାଳ ପ୍ରାୟ ୬.୩୦ ସମୟରେ ଢେଙ୍କାନଳ ସଦର ରେଞ୍ଜ ଅନ୍ତର୍ଗତ ଗୁଣୁଦେଇ ଗ୍ରାମର ମଙ୍ଗରାଜ ପାତ୍ର ନିଜର ଆମ୍ବ ବଗିଚାକୁ ଯାଉଥିଲେ। ଏହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ବିଗତ ୨ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ ବରଣ କଲେଣି। ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଏହାର ସ୍ଥାୟୀ ପ୍ରତିକାର ଦାବି କରୁଛନ୍ତି ଅଞ୍ଚଳ ବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.