ସୋର (କେନ୍ୟୁଜ୍) : ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼। ଗତ କିଛିଦିନ ତଳେ ସୋର ଥାନା ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଏବଂ ନୂଆ ସାଇକେଲ ଚୋରି ହୋଇ ଯାଇଥିଲା। ଏମିତିକି ନାବାଳକଟି ତାଙ୍କ ଝିଆରୀ ଠାରୁ ୧ ହଜାର ଟଙ୍କା ଚୋରି କରିଥିବା ବିଶନ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସନ୍ଦେହରେ ନାବାଳକଟିକୁ ଫୋନ କରି ଡାକିବା ପରେ ପୂର୍ବ ଯୋଜନା ଅନୁଯାୟୀ ତାକୁ ଧରି ବାନ୍ଧି ପକାଇ ଥିଲେ ଏବଂ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ ନାବାଳକକୁ ଉଦ୍ଧାର କରିଛି।