ତାଳଚେର ସାନଜୋରଡା ଗାଁରେ ଅଭାବନୀୟ ଘଟଣା: ଶୋଇଥିବା ବେଳେ ଫ୍ୟାନରୁ ହେଲା ସର୍ଟ ସର୍କିଟ୍, ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ଯୁ

ତାଳଚେର : ତାଳଚେର କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଫ୍ୟାନରୁ ସର୍ଟ ସର୍କିଟ ହୋଇଥିଲା ।

ନିଆଁ ଲାଗି ଶ୍ୱାସରୁଦ୍ଧ ହୋଇ ଦମ୍ପତ୍ତି ପ୍ରାଣ ହରାଇଛନ୍ତି । ଆଜି ସକାଳେ ଘର ଲୋକ କବାଟ ଖୋଲି ଦେଖିବା ପରେ ଦମ୍ପତ୍ତି ପ୍ରାଣ ହରାଇଥିଲେ । ମୃତ ଦମ୍ପତ୍ତି ହେଲେ ଦୁଃଖବନ୍ଧୁ ସାହୁ ଓ ପାଞ୍ଚାଳି ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.