Below header

ଆମେରିକାରେ ବର୍ଷା ହେଲା କାଳ: ପରସ୍ପର ସହିତ ଧକ୍କା ହେଲା ୧୦୦ ଗାଡି, ୬ ମୃତ, ଦେଖନ୍ତୁ ଭିଡିଓ

ଆମେରିକାର ଟେକ୍ସାସ ସହରର ଏକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଅତିକମରେ ୧୦୦ ଗାଡି ପରସ୍ପର ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି। ଦୁଘର୍ଟଣା ଏତେ ଭୟଙ୍କର ଯାହା ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ।

ସୂଚନାଯୋଗ୍ଯ, ଏହି ଦୁଘର୍ଟଣା ଗୁରୁବାର ସକାଳ ଫୋର୍ଟ ବର୍ଥରେ ଇଣ୍ଟରଷ୍ଟେଟ ୩୫ ୱେଷ୍ଟରେ ଲଗାତାର ବର୍ଷା ଯୋଗୁଁ ହୋଇଛି। ବରଫ ପାଣି ଯୋଗୁଁ ଗାଡି ଗୁଡିକ ରାସ୍ତାରେ ଖସିଯାଇଥିଲା। ଫଳରେ ୧୦୦ରୁ ଉର୍ଦ୍ଧ୍ବ କାର ଏବଂ ବଡ କଣ୍ଟେନର ପରସ୍ପର ଉପରେ ଚଢିଯାଇଥିଲା। ଖବର ମିଳିବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି।

video courtesy : CBS News

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.