Below header

ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ କରିବା ଘଟଣା, କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ

କଟକ : କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ । ନିଆଳି ରତନପୁର ଗାଁର ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ଅଭିଯୋଗ ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଦେବାଶିଷ କହିଛନ୍ତି, ସହିଦଙ୍କ ପରିବାର ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ସହିଦ ଯବାନ ମନୋଜଙ୍କ ମୃତଦେହ ନିଜ କାନ୍ଧରେ ବୋହିଥିଲି। ଅଜାଣତରେ ଯାହା ହୋଇଛି, ସେଥିପାଇଁ କ୍ଷମା ମାଗୁଛି। ଏହାକୁ ନେଇ ରାଜନୀତି କରା ନଯାଉ ବୋଲି କହିଛନ୍ତି ଦେବାଶିଷ।

ସହିଦ ମନୋଜଙ୍କ ଦାଦାଙ୍କୁ ଦେବାଶିଷ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହାପରେ ବିଧାୟକ ଦେବାଶିଷ ସାମନ୍ତରାୟ କ୍ଷମା ପ୍ରାର୍ଥନା କରିଛନ୍ତି।

ଦେଖନ୍ତୁ ଭିଡିଓ : 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.