ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର, ଶବ ହେଲା ବ୍ୟବଚ୍ଛେଦ

ରାଉରକେଲାରେ ପହଞ୍ଚିଲେ ମୃତ ଏନଆଇଟି ପ୍ରଫେସର ଦମ୍ପତିଙ୍କ ପରିବାର। ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପରିବାରବର୍ଗ ସେମାନଙ୍କ ମରଶରୀରକୁ ପୈତୃକ ଗ୍ରାମକୁ ନେଇ ଶେଷକୃତ୍ୟ ସଂପନ୍ନ କରିବେ ବୋଲି ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି। ଗତକାଲି ରାଉରକେଲା ଏନଆଇଟି କ୍ୱାର୍ଟର୍ସରୁ ଆସିଷ୍ଟାଣ୍ଟ ପ୍ରଫେସର ଜୟବାଲା ଓ ତାଙ୍କ ପତ୍ନୀଙ୍କ ମୃତଦେହ ମିଳିଥଲା। ଦୁଇଦିନ ଘର ବନ୍ଦ ରହିବାରୁ ପୋଲିସ ଆସି ମୃତଦେହ ଉଦ୍ଧାର କରିଥିଲା। ସେଠାରୁ ସୁଇସାଇଡ ନୋଟ ମଧ୍ୟ ମିଳିଥିଲା। ନିଃସନ୍ତାନ ଥିବାରୁ ଦମ୍ପତି ଏଭଳି ଚରମ ପଦକ୍ଷେପ ନେଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।.