ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଇଁ ୨୪ ଘଣ୍ଟାରେ ବନାଇଲେ ୨୭୦ଟି ପାୱାର ବ୍ୟାଙ୍କ

ବନ୍ୟାର ବିଭୀଷିକା ପାଇଁ ଏବେ ମଧ୍ୟ କେରଳର ଅନେକ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ରହିଛି । ଗତ ୧୭ ଦିନ ମଧ୍ୟରେ ପ୍ରାୟ ୧୧୩ ଜଣ ଲାକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନାଯାଇଥିବା ୮୦୫ଟି ଆଶ୍ରୟସ୍ଥଳୀରେ ଆଶୟ ନେଉଛନ୍ତି । ଏହି ସମୟରେ ବିଜୁଳି ନଥିବା କାରଣରୁ ବନ୍ୟା ପ୍ରଭାବିତ ଲୋକ ମାନଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହାକୁ ନଜରରେ ରଖି ରାଜଗିରି ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଛାତ୍ରମାନେ ୨୭୦ଟି ପୋର୍ଟେବଲ ପାୱାର ବ୍ୟାଙ୍କ ପ୍ରସ୍ତୁତ କରିଛନ୍ତି ଏବଂ ଶୁକ୍ରବାର ଏହାକୁ ବନ୍ୟା ପୀଡିତ ଲୋକମାନଙ୍କୁ ବଣ୍ଟାଯାଇଛି । ଏହି ପାୱାରବ୍ୟାଙ୍କ ଗୁଡିକୁ ଛାତ୍ରମାନେ ୨୪ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ ବିଜୁଳି ନଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ସେମାନେ ତାଙ୍କର ସମ୍ପର୍କୀୟ ଏବଂ ବନ୍ଧୁ ମାନଙ୍କର ଅବସ୍ଥା ବିଷୟରେ ମଧ୍ୟ ଅବଗତ ନାହାନ୍ତି । ସେଥିପାଇଁ ଆମେ ପାୱାର ବ୍ୟାଙ୍କ ବନାଇବା ପାଇଁ ନିଷ୍ପତ୍ତି ନେଇଥିଲୁ । ରାଜଗିରି ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ ଏହି ପ୍ରୋଜେକ୍ଟକୁ ଶେଷ କରିବା ପାଇଁ କହିଥିଲି ଏବଂ ସେମାନେ ଦିନରାତି ମିଶି କାମ କରିଥିଲେ । ସେ ଅଳ୍ପ ସମୟ ମଧ୍ୟରେ ଏହିସବୁ ବ୍ୟାଟେରୀ ଏବଂ ୟୁଏସବି କେବଲ ଯୋଗାଡ଼ କରିବା ସହ ୨୭୦ଟି ପାୱାର ବ୍ୟାଙ୍କ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ବନ୍ୟା ପୀଡିତ ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଯେଉଁମାନଙ୍କ ଅଂଚଳରେ ଅନେକ ଦିନ ହେବ ବିଜୁଳି ନଥିବା କାରଣରୁ ଫୋନ ଗୁଡିକ ସୁଇଚ ଅଫ ହୋଇ ରହିଛି ।

ଏହାସହ ପଢନ୍ତୁ ବିବାହ ଉତ୍ସବରେ ଫୁଟିଲା ବୋମା, ବିସ୍ଫୋରଣରେ ୬୩ ମୃତ ଓ ୧୮୨ ଆହତ

ତୃତୀୟ ବର୍ଷର ଜଣେ ଛାତ୍ର କହିଥିଲେ କି “ଅଗଷ୍ଟ ୧୦ ତାରିଖରେ ଆମେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲୁ । ବିନା ବିଜୁଳିରେ ରହୁଥିବା ଗରିବ ଲୋକମାନଙ୍କ ପାଇଁ ଆମେ ପାୱାର ବ୍ୟାଙ୍କ ବନାଇବା ପାଇଁ ଚାଁହୁଥିଲୁ । ଏହିଭଳି ଏକ ପ୍ରୋଜେକ୍ଟ ସହ ଜଡିତ ହୋଇ ଆମେ ବହୁତ ଗର୍ବ ଅନୁଭବ କରୁଛୁ”।

ଏପଟେ ଭାରତୀୟ ମୌସମ ବିଭାଗର କହିବା ଅନୁଯାୟୀ କେରଳରେ ବର୍ତ୍ତମାନ ବର୍ଷା କମିବାର ସମ୍ଭାବନା ନାହିଁ । ଆସନ୍ତା ସପ୍ତାହରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ବନ୍ୟା କାରଣରୁ ୧୧୮୬ଟି ଘର ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥବା ବେଳେ ୧୨୭୬୧ଟି ଘର କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.