Below header

୧୫ ବର୍ଷରୁ ପୁରୁଣା ଗାଡ଼ିର ବର୍ଷକର ଟିକସ ଓ ଜରିମାନା ଛାଡ଼ ନିଷ୍ପତ୍ତି, ଇ-ଯାନ କିଣିବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ

କେନ୍ୟୁଜ୍(ବ୍ୟୁରୋ): ପୁରୁଣା ଗାଡ଼ି ସ୍କ୍ରାପିଂରେ କଲେ ଟିକସ ଛାଡ ଅଫର । ୧୫ ବର୍ଷରୁ ଅଧିକ ପୁରୁଣା ଘରୋଇ ଗାଡ଼ି ସ୍କ୍ରାପିଂକୁ ଉତ୍ସାହିତ କରିବା ପାଇଁ ଏମିତି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବାକୁ ଚାହିଁଲେ ବର୍ଷକର ଟିକସ ଓ ଜରିମାନା ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସରକାରୀ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବା ପାଇଁ ପରିବହନ ବିଭାଗ ସବୁ ବିଭାଗକୁ କହିଛି ।

ପଞ୍ଜିକରଣ ଦିନଠୁ ଏଯାଏ ୧୫ ବର୍ଷ ପୂରା କରିଥିବା ସମସ୍ତ ସରକାରୀ ଯାନବାହନକୁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧ ସ୍କ୍ରାପିଂ କରାଯିବ । କିନ୍ତୁ ୧୫ ବର୍ଷରୁ ପୁରୁଣା ଘରୋଇ ଗାଡିକୁ ବାଧ୍ୟତାମୂଳକ ସ୍କ୍ରାପିଂ କରିବାକୁ କୌଣସି ସରକାରୀ ନିର୍ଦ୍ଦେଶନାମା ନାହିଁ । ତେଣୁ ଗାଡି ମାଲିକଙ୍କୁ ସ୍କ୍ରାପିଂ ନେଇ ଉତ୍ସାହିତ କରିବାକୁ ପୁରୁଣା ଗାଡ଼ି ଉପରେ ଟିକସ ଓ ଜରିମାନା ଛାଡ ପାଇଁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏଥିପାଇଁ ଗାଡି ମାଲିକଙ୍କୁ ପଞ୍ଜିକୃତ ଗାଡି ସ୍କ୍ରାପିଂ ସେଣ୍ଟରରେ ଗାଡି ସ୍କା୍ରପିଂ କରିବାକୁ ପଡିବ । ଇ-ଯାନ କିଣିବାକୁ ପ୍ରୋତ୍ସାହିତ କରୁଛନ୍ତି ସରକାର । ୨୦ ପ୍ରତିଶତ ସରକାରୀ ଗାଡି ହେବ ଇ-ଯାନ । ୧୫ ବର୍ଷର ପୂରୁଣା ଗାଡି ରାସ୍ତାରେ ଗଡିବା ଦ୍ୱାରା ଅଧିକ ବାୟୁ ପ୍ରଦୂଷଣ, ତେଲ ଖର୍ଚ୍ଚ ବଢୁଛି । ରାସ୍ତା ଓ ଗାଡିର ସୁରକ୍ଷା ଦୃଷ୍ଟିରୁ ସରକାର ୧୫ ବର୍ଷର ପୁରୁଣା ସମସ୍ତ ଗାଡିକୁ ସ୍କ୍ରାପିଂ କରିବାକୁ ଚାହୁଁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.