Below header

ଘଟଗାଁ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଏକ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ଘଟଗାଁ ପୋଲିସ ଉଦ୍ଧାର କରିଛି ।

ଖବର ଅନୁଯାୟୀ ଆଜି ସକାଳୁ ମୃତଦେହ ସମ୍ବନ୍ଧରେ ଖବର ପାଇ ଘଟଗାଁ ଆଇଆଇସି ବନ୍ଦନା ପାତ୍ର ,ଏସାଇ ଅନିଲ ସାମଲ ଓ ତହସିଲଦାର ଜନକ କୁମାର ନାଏକ ଉପସ୍ଥିତିରେ ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ପୋଲିସ୍ ଅନୁମାନ କରୁଛି । ତେବେ ତଦନ୍ତ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିdeathସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.