ଅଷ୍ଟ୍ରିଆରେ ଅତର୍କିତ ଗୁଳିଚାଳନା, ଜଣେ ଆକ୍ରମଣକାରୀଙ୍କ ସମେତ ୭ ମୃତ

ୟୁରୋପର ଅଷ୍ଟ୍ରିୟାର ରାଜଧାନୀ ଭିଏନା ସହରସ୍ଥିତ ଏକ ଇହୁଦୀ ଉପାସନାଗୃହ ସମେତ ୬ଟି ଭିନ୍ନ ଭିନ୍ନ ସ୍ଥାନରେ କିଛି ସନ୍ଦିଗ୍ଧ ବ୍ୟକ୍ତି ଅତର୍କିତ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଜଣେ ଆକ୍ରମଣ କାରୀ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି | ଭିଏନା ପୋଲିସ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଏହି ଆକ୍ରମଣରେ ଅନେକ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି । ପୋଲିସ ତରଫରୁ ଟ୍ୱିଟରରେ ଦିଆଯାଇଥିବା ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୮ଟା ସମୟରେ ଆତଙ୍କବାଦୀ ମାନେ ସହରର ଭିନ୍ନ ଭିନ୍ନ ୬ଟି ସ୍ଥାନରେ ଅତର୍କିତ ଗୁଳିଚାଳନା କରିବା ଆରମ୍ଭ କରିଦେଇଥିଲେ ।

ଅନେକ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ଆଖି ପିଛୁଳାକେ ଯେମିତି ଦୃଶ୍ୟ ଯେମିତି ବଦଳି ଯାଇଥିଲା । ଏଥିରେ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସର ପ୍ରତି ଆକ୍ରମଣରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ, ପୋଲିସ ପକ୍ଷରୁ ଆଉ ଏକ ଟ୍ୱିଟ ଜାରି କରାଯାଇ ଲୋକଙ୍କୁ ସାବଧାନ ରହିବା ପାଇଁ ସତର୍କ କରାଯାଇଛି । ଯଥା ସମ୍ଭବ ଘରେ ରହିବାକୁ ଲୋକଙ୍କୁ କୁହାଯାଉଛି | ଏହା ସହ ଆକ୍ରମଣ ସ୍ଥାନ ମାନଙ୍କରେ ସାର୍ବଜନିକ ଯାନବାହାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହା ସହ ବିଭିନ୍ନ ଗୁଜବ ଗୁଡିକ ଠାରୁ ଦୁରେଇ ରହିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ସ୍ଥାନୀୟ ଲୋକେ ଯେମିତି ଘଟଣା ସମ୍ପର୍କରେ ଅଧିକ ରୁ ଅଧିକ ସୂଚନା ଦେଇପାରିବେ ବା ସେସମୟର ଫଟୋ କିମ୍ବା ଭିଡିଓ ଜାରି କରିପାରିବେ ସେନେଇ ପୋଲିସ ତରଫରୁ ଏକ ଲିଙ୍କ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.