ଗଜପତି: ଚନ୍ଦ୍ରଗିରି ବନାଞ୍ଚଳରୁ ଉଦ୍ଧାର ହରିଣ ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ଗୁବୁରିଗୁଡା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହରିଣ ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।  ହରିଣର ଅଣ୍ଟାରେ ଆଘାତ ଲାଗିଥିବା ବେଳେ ବନବିଭାଗ ପକ୍ଷରୁ ତାକୁ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇ ତପ୍ତପାଣିର ରେସକ୍ଯୁ ଗୃହରେ ରଖାଯାଇଥିଲା l

ସେଠାରେ ତାର ମୃତ୍ୟୁ ହୋଇଛି, ମୃତ ହରିଣର ଶବ ବ୍ୟବଛେଦ ପରେ ପୋତିଦିଆଯାଇଥିବା ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧୀକାରୀ ବୀରେନ୍ଦ୍ର ପଣ୍ଡା କହିଛନ୍ତି l

You might also like