ନ୍ଯୁୟର୍କରେ ଭାରତୀୟ ରେଷ୍ଣୁରାଣ୍ଟ ଖୋଲିଲେ ପ୍ରିୟଙ୍କା ଚୋପ୍ରା, ନାଁ ରଖିଲେ ‘ସୋନା’

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରେ ଅଭିନୟ ଯାଦୁ ଦେଖାଇବା ପରେ ହଲିଉଡରେ ମଧ୍ୟ ନିଜର କୌଶଳ ଦେଖାଇସାରିଛନ୍ତି। ଏହାଛଡା ନିକ୍ ଜୋନସଙ୍କୁ ବିବାହ କରିବା ପରେ ତାଙ୍କ ଭାଗ୍ଯ ଆଉ ବେଶି ଖୋଲିଯାଇଛି। କେବଳ ଫିଲ୍ମ ନୁହେଁ ସାମାଜିକ କାମ କ୍ଷେତ୍ରରେ ମଧ୍ୟ ନିଜକୁ ସ୍ଥାପିତ କରିଛନ୍ତି। ଏବେ ନୂଆ ବିଜନେସରେ ପାଦ ରଖିଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ନ୍ଯୁୟର୍କରେ ଭାରତୀୟ ରେଷ୍ଣୁରାଣ୍ଟ ଖୋଲିଛନ୍ତି। ଯାହାର ନାମ ‘ସୋନା’ ରଖିଛନ୍ତି। ଆଉ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ପ୍ରିୟଙ୍କା ଲେଖିଛନ୍ତି ‘ ମୁଁ ଆପଣଙ୍କ ସାମ୍ନାରେ ‘ସୋନା’କୁ ଆଣି ବହୁତ ଖୁସି। ନ୍ଯୁୟର୍କରେ ନୂଆ ରେଷ୍ଣୁରାଣ୍ଟରେ ଭାରତୀୟ ଖାଦ୍ଯ ପ୍ରତି ଧ୍ୟାନ ଦେଇଛି। ଭାରତର ଖାଦ୍ଯର ସ୍ବାଦ ଏବଂ ଫ୍ଲେବର୍ସ ‘ସୋନା’ରେ। ଏଠାରେ ସେଫ୍ ହରି ନାୟକ ରହିଛନ୍ତି, ଯିଏକି ବହୁତ ପ୍ରତିଭାଶାଳୀ। ଆଉ ସବୁଠାରୁ ସ୍ବାଦିଷ୍ଟ ଏବଂ ନୂଆ ଖାଦ୍ଯ ତିଆରି କରୁଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି ପ୍ରିୟଙ୍କା।

ସୂଚନାଯୋଗ୍ଯ, ପ୍ରିୟଙ୍କା ଅଭିନୟ, ବିଜନେସ ଛଡା ଫିଲ୍ମ ପ୍ରଡକ୍ସନ ମଧ୍ୟ କରୁଛନ୍ତି। ପର୍ପଲ ପେବଲ୍ସ ପିକଚର୍ସ ନାମରେ ଏକ କମ୍ପାନୀ ପ୍ରିୟଙ୍କାଙ୍କର ରହିଛି।

Leave A Reply

Your email address will not be published.