Below header

ଆସନ୍ତାବର୍ଷ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ହେବ, ଗଠନ ହେଲା ୨୫୯ ଜଣିଆ ଜାତୀୟ କମିଟି

କେନ୍ୟୁଜ୍(ବ୍ୟୁରୋ):  ଦେଶ ଆସନ୍ତାବର୍ଷ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ ଜଣିଆ ଓଡ଼ିଆ କମିଟିର ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଓ ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ସୁଦର୍ଶନ ସାହୁ କମିଟିରେ ସ୍ଥାନ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୩ ପର‌୍ୟ୍ୟନ୍ତ ଚାଲିବ । ଜାତୀୟ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନୀତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ । ଦେଶ ସ୍ୱାଧୀନତାକୁ ନେଇ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦେଶର ୫ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ପ୍ରତି ରାଜ୍ୟରୁ ୨ରୁ ୩ଟି ସ୍ଥାନର ନାମ ସଂସ୍କୃିତ ମନ୍ତ୍ରାଳୟକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.