ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାକୁମ୍ଭ, ଦିଲ୍ଲୀ-ମୁମ୍ବାଇ ସମେତ ୬ଟି ସହରରେ ହେବ ମ୍ଯାଚ୍

ଆଇପିଏଲ୍ ଫ୍ଯାନଙ୍କ ପାଇଁ ଖୁସି ଖବର। କ୍ରିକେଟ ମହାକୁମ୍ଭ ଆଇପିଏଲ୍ ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଇପିଏଲର ୧୪ ତମ ସଂସ୍କରଣ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ’୩୦ ପର୍ଯ୍ୟନ୍ତ ଚାଲିବ। ୫୧ ଦିନ ପର୍ଯ୍ଯନ୍ତ ଚାଲିବ ଆଇପିଏଲ ମ୍ଯାଚ। ଏହାର ଆୟୋଜନ ଏଥର ଭାରତରେ ହେବ। ଆଇପିଏଲ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଛି ଏବେ କେବଳ ଗଭର୍ଣ୍ଣଂ କାଉନସିଲ ବୈଠକରେ ହେବାକୁ ଥିବା ମଞ୍ଜୁରୀକୁ ଅପେକ୍ଷା ରହିଛି। ଏଏନ୍ଆଇ ରିପୋର୍ଟ ମୁତାବିକ ଏପ୍ରିଲ ୯ରୁ ଆଇପିଏଲ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍ ମେ’ ୩୦ରେ ଖେଳାଯିବ। ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ ।

ଖବର ଅନୁଯାୟୀ, ଦେଶର ୬ଟି ସ୍ଥାନରରେ ଆଇପିଏଲ ମହାକୁମ୍ଭର ସମସ୍ତ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି। ରିପୋର୍ଟ ଅନୁଯାୟୀ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଆଦି ସ୍ଥାନରେ ମ୍ୟାଚ୍ ଖେଳା ଯାଇପାରେ। କରୋନା ଯୋଗୁଁ ଗତବର୍ଷ ଆଇପିଏଲ୍ ମ୍ଯାଚ ଦୁବାଇରେ ହୋଇଥିଲା।

ଗତଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଆଇପିଏଲରେ ଭାଗ ନେଉଛନ୍ତି ୮ଟି ଦଳ । ଏଥିପାଇଁ ନିଲାମ ସରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.