Below header

ମୟୂରଭଞ୍ଜ : ପ୍ରତିରକ୍ଷା କ୍ଷେତ୍ରକୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ

ପ୍ରତିରକ୍ଷା ବାହିନୀ ପ୍ରତି ଯୁବପୀଢ଼ିଙ୍କୁ ଆକୃଷ୍ଟ କରିବାକୁ ନୂଆ ପ୍ରୟାସ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଳକ୍ ପୋଡାଅସ୍ତିଆ ଗାଁରେ ଥିବା ଡିଭାଇନ୍ ଇନଷ୍ଟିଚ୍ୟୁଟ ପଡ଼ିଆରେ ଚାଲିଛି ଏକ ପ୍ରଦର୍ଶନୀ ମେଳା । ଏଠି ବୋଫର୍ସ ତୋପ, ରକେଟ ଲଞ୍ଚର, ନାଭାଲ ଗନ୍ ଆଦି ସ୍ଥାନ ପାଇଛି।

ବୋଫର୍ସ ତୋପ । କାରଗିଲ ବିଜୟର ମୁକ ସାକ୍ଷୀ । ୩୭ କିଲୋମିଟର ପର‌୍ୟ୍ୟନ୍ତ ଶତ୍ରୁକୁ ଆକ୍ରମଣ କରିପାରୁଥିବା ତୋପ । ସେହିଭଳି ରକେଟ ଲଞ୍ଚର ଓ ନାଭାଲ ଗନ୍ । ନାଭାଲ ଗନ୍ ପ୍ରତି ସେକେଣ୍ଡକୁ ୨ଟି ଗୁଳି ବର୍ଷଣ କରିବାର କ୍ଷମତା ରଖେ । ଏହା କେଉଁ ଆର୍ମି କ୍ୟାମ୍ପର ଦୃଶ୍ୟ ନୁହେଁ, ବାରିପଦା ଶାମାଖୁଣ୍ଟା ବ୍ଳକ୍ ପୋଡାଅସ୍ତିଆ ଗାଁରେ ଥିବା ଡିଭାଇନ୍ ଇନଷ୍ଟିଚ୍ୟୁଟ ପଡିଆରେ ଚାଲିଥିବା ପ୍ରଦର୍ଶନୀର ଦୃଶ୍ୟ । ଭାରତୀୟ ସେନା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ଏକ ଅଭିନବ ପ୍ରୟାସ । ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡୀ ।

diffencr

ପ୍ରଦର୍ଶନୀରେ ରଖାଯାଇଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରୁଛନ୍ତି ସେନା ବାହିନୀ। ସେନା ବାହିନୀର ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖି ଛାତ୍ରଛାତ୍ରୀ ବେଶ ଉତ୍ସାହିତ । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଭିଭାବକଙ୍କୁ ମଧ୍ୟ ଏଭଳି ପ୍ରଦର୍ଶନୀ ଆକୃଷ୍ଟ କରୁଛି। ନିଜକୁ ଭାରତୀୟ ସେନାରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଛାତ୍ରଛାତ୍ରୀ । ଏ ସବୁ ଅସ୍ତ୍ରଶସ୍ତ୍ରର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.