ସାଧାରଣ ନିର୍ବାଚନ ପାଇଁ ସଜବାଜ : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିନିକିଆ ଗସ୍ତରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ ୧୦ଟା ୫୦ରେ ନବରଙ୍ଗପୁରରେ ପହଞ୍ଚିବେ ।

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନ ପାଇଁ ବିଜେପିର ସଜବାଜ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ୪ଶହ ଆସନର ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରତି ରାଜ୍ୟରେ ଅଧିକରୁ ଅଧିକ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିନିକିଆ ଗସ୍ତରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଦିନ ୧୦ଟା ୫୦ରେ ନବରଙ୍ଗପୁରରେ ପହଞ୍ଚିବେ ।

ବିଜେପି କୋର କମିଟି ବୈଠକରେ ଯୋଗଦେବେ ରାଜନାଥ। ଦିନ ୧ଟା ୩୦ରେ ବ୍ରହ୍ମପୁରରେ ପହଞ୍ଚିବେ। ସେଠାରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ। ଅପରାହ୍ଣ ୩ଟା ୩୦ରେ ମୟୂରଭଞ୍ଜରେ ପହଞ୍ଚି ବାରିପଦାରେ ବିଜେପି କୋର କମିଟି ବୈଠକରେ ଯୋଗଦେବେ। ଲୋକସଭା ଆସନରେ ରଣନୀତି ନେଇ ଦଳୀୟ ନେତାଙ୍କ ରଣନୀତି ପ୍ରସ୍ତୁତ କରିବେ । ରାଜନାଥଙ୍କ ସମ୍ଭାବ୍ୟ ଗସ୍ତ ପାଇଁ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.