Below header

୫ଲକ୍ଷ ଟଙ୍କାର ୧୧ କେଭି ତାର ଚୋରି, ଅନ୍ଧାରରେ ବିତୁଛି ଜୀବନ

ଗାଁ ହେଉ କି ସହର ସବୁଠି ଏବେ ଲୁଟେରା ମାନଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ପୂରା ଅତିଷ୍ଠ ହୋଇ ପଡିଲେଣି । ପୂର୍ବରୁ ଲୁଟେରା ମାନେ ଘର ତାଲା ଭାଙ୍ଗି ଲୁଟ୍ କରିବା ହେଉ କି ବାଇକ ଲୁଟିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି । କିନ୍ତୁ ଏବେ ୧୧ କେଭି ତାରକୁ ମଧ୍ୟ କାଟିକି ଲୁଟିବାରେ ସକ୍ଷମ ହୋଇଛନ୍ତି ଲୁଟେରା ମାନେ ।

କାମାକ୍ଷାନଗର(କେନ୍ୟୁଜ) : ଗାଁ ହେଉ କି ସହର ସବୁଠି ଏବେ ଲୁଟେରା ମାନଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକ ପୁରା ଅତିଷ୍ଠ ହୋଇ ପଡିଲେଣି । ପୂର୍ବରୁ ଲୁଟେରା ମାନେ ଘର ତାଲା ଭାଙ୍ଗି ଲୁଟ୍ କରିବା ହେଉ କି ବାଇକ ଲୁଟିବା ଖବର ଆସୁଥିଲା । ଏବେ କିନ୍ତୁ ଏବେ ୧୧ କେଭି ତାରକୁ ମଧ୍ୟ କାଟିକି ଲୁଟିବାରେ ସକ୍ଷମ ହୋଇଛନ୍ତି ଲୁଟେରା ମାନେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ ବ୍ଲକ ମକୁଆକାଟେଣି ପଞ୍ଚାୟତର ଜୁଆଙ୍ଗ ସାହିରେ । ଯାହାଫଳରେ ୧୫ ଦିନ ହେବ ଅନ୍ଧାରରେ ଏହି ଜୁଆଙ୍ଗ ସାହି । ୨ କିଲୋ ମିଟର ୧୧ କେଭି ତାର ଚୋରି କରିଛନ୍ତି ଲୁଟେରା ମାନେ । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ବିଦ୍ୟୁତ ବିଭାଗ ତରଫରୁ ସମସ୍ତଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଇଥିବାବେଳେ ଲୁଟେରା ମାନେ ତାର କାଟି ନେବା ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି ।

ଲାଇନ କଟିବା ଯୋଗୁ ଗ୍ରାମବାସୀ ମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିବାବେଳେ ବିଭାଗ ଓ ଗ୍ରାମବାସୀଙ୍କ ତରଫରୁ ମଧ୍ୟ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରାଯାଇଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଶେଷ କରି ବର୍ତ୍ତମାନ ଦଶମ ଶ୍ରେଣୀ ପରୀକ୍ଷା ଚାଲୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧା ସମୁଖିନ ହେଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ବାଧ୍ୟ ହୋଇ ଲଣ୍ଠନ ଧରି ପାଠ ପଢୁଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ଗରମ ମଧ୍ୟ ଅନୁଭୂତ ହେଲାଣି, ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

ଏତିକିରେ ସରିନାହି ନାହିଁ ଗ୍ରାମବାସୀଙ୍କ ଦୁଃଖ । ଲୋକମାନେ ବିଭିନ୍ନ ପ୍ରଜାତିର ଫସଲ ଯଥା ଆଖୁ,ପୋଟଳ,କଲରା,କଦଳୀ,ଝୁଡଙ୍ଗ,ଟମାଟୋ, ଧାନ ତଳି ଆଦି ଲଗାଇଥିଲେ । କିନ୍ତୁ ପାଣିର ଅଭାବରୁ ଏହି ସବୁ ଚାଷ ସମ୍ପୂର୍ଣ୍ଣ ଭାବରେ ମରି ଗଲାଣି । ଯେଉଁ ସବୁ ଗଛରେ ଫଳ ଆସିଛି ,ସେସବୁ ପାଚି ହଳଦିଆ ହୋଇଗଲାଣି । ଫସଲ ଅମଳ ସମୟରେ ଗଛ ମରି ଗଲାଣି । ଚାଷୀ ମାନେ ଧାର କରଜ ଓ ଲୋନ କରି ଅନେକ ଅର୍ଥ ଖର୍ଚ୍ଚ କରି ଫସଲ କରିଥିଲେ ।

tree

କିନ୍ତୁ ଏବେ କିପରି ତାହା ପରିଶୋଧ କରିବେ ସେହି ଚିନ୍ତାରେ । କୁକୁଡ଼ା ଫାର୍ମ କରିଥିବା ଲୋକମାନେ ମଧ୍ୟ ହଇରାଣ ହୋଇଛନ୍ତି । ଗରମ ଯୋଗୁ କେତେକାଂଶରେ କୁକୁଡା ମଧ୍ୟ ମରିଗଲେଣି । ତୁରନ୍ତ ଏହାର ସମାଧାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏନେଇ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ତୁରନ୍ତ ବିଦ୍ୟୁତ ତାର ସଂଯୋଗ କରାଯାଇ ଗ୍ରାମବାସୀଙ୍କୁ ଲାଇନ ଯୋଗାଇ ଦିଆଯିବ । କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଭାଗ ସହିତ ଆଲୋଚନା କରିଛନ୍ତି ଖୁବଶୀଘ୍ର ସମାଧାନ କରାଯିବ ।

ପୋଲିସ ଚୋର ମାନଙ୍କ ପ୍ରତି ଯେତେ କଠୋର ପଦକ୍ଷେପ ନେଲେ ମଧ୍ୟ ଚୋରି ରୋକିବା ବଦଳରେ ବଢିଚାଲିଛି । ଯାହାର ପରିଣାମ ସାଧାରଣ ଲୋକମାନେ ଭୋଗୁଛନ୍ତି । ଏଭଳ ସ୍ଥିତିରେ ଏହି ଗ୍ରାମକୁ କେବେ ବିଦ୍ୟୁତ ସଂଯୋଗ ମିଳୁଛି ତାହାକୁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.