ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍‌ ନରିମନଙ୍କ ପରଲୋକ, ୯୫ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍. ନରିମନ୍ ୯୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୭୦ ବର୍ଷ ଧରି ଆଇନ ଅଭ୍ୟାସ କରିଥିଲେ ନରିମନ୍ । ୧୯୭୨ ମସିହାରେ ସୁପ୍ରିମକୋର୍ଟରେ ଅଭ୍ୟାସ କରିଥିଲେ। ୧୯୭୨ରେ ତାଙ୍କୁ ଦେଶର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତି ମିଳିଥିଲା ।

ପରଲୋକରେ ବିଶିଷ୍ଟ ସାମ୍ବିଧାନିକ ବିଶାରଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍. ନରିମନ୍ । ୯୫ ବର୍ଷ ବୟସରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନରିମନଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଓ ୨୦୦୭ରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା ।

୧୯୫୦ ମସିହାରେ ବମ୍ବେ ହାଇକୋର୍ଟରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୬୧ରେ ତାଙ୍କୁ ସିନିୟର ଆଡଭୋକେଟ୍ ମାନ୍ୟତା ମିଳିଥିଲା । ୭୦ ବର୍ଷ ଧରି ଆଇନ ଅଭ୍ୟାସ କରିଥିଲେ ନରିମନ୍ । ୧୯୭୨ ମସିହାରେ ସୁପ୍ରିମକୋର୍ଟରେ ଅଭ୍ୟାସ କରିଥିଲେ। ୧୯୭୨ରେ ତାଙ୍କୁ ଦେଶର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତି ମିଳିଥିଲା ।

୧୯୭୫ରେ ଇନ୍ଦିରା ଗାନ୍ଧୀ ସରକାର ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବା ନିଷ୍ପତ୍ତିକୁ ବିରୋଧ କରି ନରିମାନ୍ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ । ୧୯୯୧ରୁ ୨୦୧୦ ଯାଏ ଥିଲେ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି । ସୁପ୍ରିମକୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ନରିମାନ୍ । ସେ ଜଣେ ସୁପ୍ରସିଦ୍ଧ ଲେଖକ । ଦ ଷ୍ଟେଟ ଅଫ ନେସନ, ଗାର୍ଡ ସେଭ ଦ ଅନରବେଲ ସୁପ୍ରିମକୋର୍ଟ ଏବଂ ଆତ୍ମକଥା ବିଫୋର ମେମୋରୀ ଫେଡସ୍‌ ଭଳି ପୁସ୍ତକ ଲେଖିଛନ୍ତି । ତାଙ୍କ ଝିଅ ରୋହିତନ ନରିମନ ସୁପ୍ରିମକୋର୍ଟର ଜଜ୍‌ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.