ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ
ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ। ଗିରଫ ଅଭିଯୁକ୍ତଙ୍କ ନାମ କୁନ୍ଦନ ମହାପାତ୍ର ବୋଲି ଜଣାପଡିଛି । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ ।

ଭୁବନେଶ୍ୱର (କେନ୍ୟୁଜ): ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଲିଙ୍ଗରାଜ ମନ୍ଦିର ସେବାୟତ ଗିରଫ । ଗିରଫ ଅଭିଯୁକ୍ତଙ୍କ ନାମ କୁନ୍ଦନ ମହାପାତ୍ର ବୋଲି ଜଣାପଡିଛି । ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ସେବାୟତ । ଏନେଇ ଲିଙ୍ଗରାଜ ଥାନା ପୋଲିସ ନିକଟରେ ଅଭିଯୋଗ କରିଥିଲେ ବିଦେଶିନୀ । ଏହାପରେ ଆକ୍ସନକୁ ଆସି ପୋଲିସ ସେବାୟତ କୁନ୍ଦନ ମହାପାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ଏ ଧାରା ଲାଗିଛି ।