ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଦାବି

ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦାବି କରିଛନ୍ତି ।

ଜୋର ଧରିଲା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିରର ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦାବି କରିଛନ୍ତି । ଏନେଇ ପୁରୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । କୋଭିଡ ମହାମାରୀ ସମୟରେ ଶ୍ରୀମନ୍ଦିରର ୩ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଥିଲା ।

ଏହାପରେ ଆଉ ତାକୁ ଖୋଲାଯାଇନାହିଁ । ପୁରୀବାସୀଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ ବୋଲି ସୁଦର୍ଶନ ପଟ୍ଟନାୟକ ଟ୍ଵିଟ୍‌ କରି ଦାବି କରିଛ0ନ୍ତି । ନଚେତ ଆସନ୍ତାକାଲିଠୁ ପଶ୍ଚିମଦ୍ୱାର ସମ୍ମୁଖରେ ଧାରଣାରେ ବସିବେ । ପରିଚାଳନା କମିଟିର ନିଷ୍ପତ୍ତି ପରେ ଅନ୍ୟଦ୍ୱାର ଖୋଲାଯାଉ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜଙ୍କୁ ଚିଠି ଲେଖିଥିଲେ ସୁଦର୍ଶନ ପଟ୍ଟନାୟକ । ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ଥିବାରୁ ଏନେଇ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଥିଲେ । ଏବେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ତୁରନ୍ତ ଖୋଲିବାକୁ ସେ ଦାବି ଜଣାଇଛନ୍ତି ।

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରୁଥିବା ବେଳେ କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ । ଗତ ୨୧ ତାରିଖରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.