ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳୁ ଗୋଟିଏ ଦିନ ଛୁଟି, କେନ୍ଦ୍ର ଶ୍ରମ ମନ୍ତ୍ରଳାୟରେ ପିଟିସନ୍ ଦାଖଲ କଲେ ସମ୍ବଲପୁର ଝିଅ

ଝାରସୁଗୁଡା(କେନ୍ୟୁଜ୍): ଋତୁସ୍ରାବ ସମୟରେ ମହିଳାଙ୍କୁ ଗୋଟିଏ ଦିନ ଛୁଟି ଦେବାକୁ ଦାବି। ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ପ୍ରତ୍ୟେକ ମହିଳା ଏହି ବାଇଲୋଜିକାଲ୍ ପ୍ରକ୍ରିୟା ଦେଇ ଗତି କରନ୍ତି।
ଯେଉଁ ସମୟରେ କି ଉଭୟ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଥାଏ। ତେଣୁ ଶରୀରକୁ ବିଶ୍ରାମ ଦେବା ପାଇଁ ଗୋଟିଏ ଦିନ ଛୁଟି ଦେବା ଦରକାର। ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରଳାୟରେ ଏକ ପିଟିସନ୍ ଦାଖଲ କରିଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶନୀ।