ଠାକୁରଙ୍କୁ ଦର୍ଶନ ସାରି ଫେରୁଥିଲେ କିନ୍ତୁ ବାଟରେ ଛପି ରହିଥିଲା ଯମ: ୭ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି। ତା’ ଛଡା ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ବିଷୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାଣିବା ପରେ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିବଂଗତ ଆତ୍ମାର ଶାନ୍ତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନା ମୁତାବକ, ବହରାଇଚ-ଲକ୍ଷ୍ମୀପୁର ଖିରି ହାଇେଓ୍ଵରେ ସକାଳେ ଟ୍ରକ ଏବଂ ଏକ ଟେମ୍ପୋ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୭ ଲୋକଙ୍କ ଜୀବନ ଚାଲିଯାଇଥିଲା। ଆଉ ୯ ଲୋକ ଆହତ ହୋଇଥିଲେ। ଆହତଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲକୁ ପଠାଯାଇଥିବା ବେଳେ ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ମୁତାବକ, ସମସ୍ତ ଶ୍ରଦ୍ଧାଳୁ କର୍ଣ୍ଣାଟକ ଜିଲ୍ଲାର ବୋଲି ଜଣଶପଡିଛି। ଯେଉଁମାନେ ଉତ୍ତରାଖଣ୍ଡ ଦର୍ଶନ ସାରି କାଶୀ ଫେରୁଥିଲେ।

ମୋତିପୁର ଥାନା ଅଧିକାରୀ ମୁକେଶ ସିଂ କହିଛନ୍ତି, ବହରାଇଚ-ଲକ୍ଷ୍ମୀପୁର ଖିରି ମାର୍ଗ ସ୍ଥିତି ନୋନିହା ପାଖରେ ଏକ ଟ୍ରକ ଏବଂ ଟେମ୍ପୋ ମଧ୍ୟରେ ଧକ୍କା ହୋଇଥିଲା। ଏହି କାରଣ ଯୋଗୁଁ ଟେମ୍ପୋର ଉପର ଉଡିଯାଇଥିଲା। ୭ ଶବକୁ ବାହାର କରି ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.