Below header

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ, ଆଗାମୀ ୨୪ ଘଣ୍ଟାରେ ନେଇପାରେ ଗଭୀର ଅବପାତ ରୂପ

ଭୁବନେଶ୍ବର(କେନ୍ୟୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ୱୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ନିକୋବର ଦ୍ୱୀପରେ ମଧ୍ୟରେ ହାଲୁକାର ମଧ୍ୟମ ଧରଣର ବର୍ଷାର ଚେତାବନୀ ଦିଆଯାଇଛି।

କାଲିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ରୁ ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଣ୍ଡାମାନ ଓ ନିକୋବର ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ତଟରକ୍ଷା ବାହିନୀ ମାଛଧରାଳି ମାନଙ୍କୁ ସତର୍କ କରୁଛି । ଅଶାନ୍ତ ସମୁଦ୍ର ଭିତରକୁ ଯିବାକୁ ସେମାନଙ୍କୁ ମନା କରୁଛି ତଟରକ୍ଷୀ ବାହିନୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.