୨୫ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ, ଏବେ ସାଧାରଣ ଲୋକଙ୍କର ନେଉଛି ଜୀବନ

୨୫ ଦିନରେ ପହଞ୍ଚିଛି ରୁଷ ଓ ୟୁକ୍ରେନ ଯୁଦ୍ଧ। ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ରୁଷ୍‌। ଯୁଦ୍ଧ ଯେତିକି ଲମ୍ବୁଛି, ସେତିକି ଉଗ୍ର ହେଉଛି ରୁଷ ସେନା। କୌଣସି ବାଛବିଚାର ନକରି ଏବେ ସାଧାରଣ ଲୋକଙ୍କ ଜୀବନ ନେଉଛି। ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ ହେଉଛି। ଆକ୍ରମଣରେ ଇତି ମଧ୍ୟରେ ୨୨୮ ଲୋକଙ୍କ ଜୀବନ ଗଲାଣି। ଯୁଦ୍ଧ ଆରମ୍ଭ ପରଠାରୁ ଏବେ ଯାଏ ରୁଷ ଆକ୍ରମଣରେ ୧୧୫ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିପରି ୧୪୦ଜଣ ଆହତ ହୋଇଥିବା ୟୁକ୍ରେନ ପ୍ରୋସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ରୁଷ ଏପର୍ଯ୍ୟନ୍ତ ୧ ହଜାର ୪୦୩ ଏୟାରଷ୍ଟ୍ରାଇକ୍‌ କଲାଣି। ସେହିପରି ୪୫୯ଟି ମିସାଇଲ ମାଡ଼ କରିଛି ରୁଷ। ଆପାର୍ଟମେଣ୍ଟ, ହସପିଟାଲ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମିସାଇଲ ମାଡ଼ କରୁଛି। ସାମରିକ ଘାଟି ଓ ବିମାନବନ୍ଦରକୁ ବି ଛାରଖାର କରୁଛି ରୁଷିଆ। ସେପଟେ ପାଲଟା ଆକ୍ରମଣ କରୁଛି ୟୁକ୍ରେନ। ଏବେ ଯାଏ ଯୁଦ୍ଧରେ ରୁଷିଆର ୧୪ହଜାର ୭୦୦ ସୈନ୍ୟଙ୍କୁ ମାରିଥିବା ଦାବି କରିଛି ୟୁକ୍ରେନ୍‌। ସେହିପରି ୪୭୬ ଟ୍ୟାଙ୍କ, ୯୬ ଏୟାରକ୍ରାଫ୍ଟ, ୧୧୮ ହେଲିକପ୍ଟର, ୪୪ ଆଣ୍ଟି ଏୟାରକ୍ରାଫ୍ଟ ଓ୍ଵାରଫେୟାର୍‌ ସିଷ୍ଟମକୁ ଧ୍ୱଂସ କଲାଣି ରୁଷିଆ। ଏ ଯୁଦ୍ଧ ବିଭୀଷିକା କେବେ ବନ୍ଦ ହେବ ଏବେ ସମସ୍ତଙ୍କ ନଜର ତା ଉପରେ।

Also Read: ଛିଃ ଇଏ କି ମଜା! ହୋଲିରେ ପାଣି ଭର୍ତ୍ତି ବେଲୁନ୍‌ ମାଡ଼ କରିବାରୁ ଓଲଟିଲା ଯାତ୍ରୀବାହୀ ଅଟୋ, ଭାଇରାଲ ହେଉଛି ଛାତିଥରା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.