ଛିଃ ଇଏ କି ମଜା! ହୋଲିରେ ପାଣି ଭର୍ତ୍ତି ବେଲୁନ୍‌ ମାଡ଼ କରିବାରୁ ଓଲଟିଲା ଯାତ୍ରୀବାହୀ ଅଟୋ, ଭାଇରାଲ ହେଉଛି ଛାତିଥରା ଭିଡିଓ

ହୋଲିର ମଜା ପାଲଟିଲା ସଜା। ହୋଲିରେ ମଜା କରିବା କିଛି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ଉତ୍ତର ପ୍ରଦେଶର ବାଗପତରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଚଳନ୍ତା ଅଟୋ ଉପରକୁ କିଛି ଲୋକ ମଜାରେ ପାଣି ଭର୍ତ୍ତି କରି ବେଲୁନ୍‌ ଫିଙ୍ଗିଥିଲେ। ଫଳରେ ଅଟୋଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଏହି ସମୟରେ ଅଟୋରେ କିଛି ଯାତ୍ରୀ ବି ଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ଏହି ଘଟଣା ବାଗପତ୍‌ରେ ଦିଲ୍ଲୀ-ସହାରନ୍‌ପୁର ହାଇେଓ୍ଵରେ ଘଟିଛି। ହୋଲି ଖେଳିବା ବେଳେ କିଛି ଯୁବକ ପାଣିଥିବା ବେଲୁନ୍‌କୁ ଏକ ଚଳନ୍ତା ଅଟୋ ଉପରକୁ ଫିଙ୍ଗିଥିଲେ। ଫଳରେ ନିୟନ୍ତ୍ରଣ ହରାଇ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଏହି ସମୟରେ ରାସ୍ତାରେ କୌଣସି ଭାରୀ ଯାନ ଚଳପ୍ରଚଳ କରୁନଥିଲା। ଅଟୋରେ କିଛି ଯାତ୍ରୀ ବି ବସିଥିଲେ। ଅଟୋ ଓଲଟି ପଡ଼ିବାରୁ ଯାତ୍ରୀମାନେ ଆହତ ହୋଇଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ବେଲୁନ୍‌ ମାରିବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଉଛନ୍ତି। ଫଳରେ ଅଟୋଟି ରାସ୍ତାରେ ଓଲଟି ପଡ଼ୁଛି। ଭାଇରାଲ ହେଉଥିବା ଭିଡିଓଟି ସହରର କୋତବାଲୀର କାଠା ଗାଁର ବୋଲି କୁହାଯାଉଛି। ଏହାକୁ ଅଜିତ ନାମକ ଜଣେ ଯୁବକଙ୍କ ଫେସ୍‌ବୁକ୍‌ ଆଇଡିରୁ ସେୟାର କରାଯାଇଛି।

Also Read: ପାକିସ୍ତାନର ସିୟାଲକୋଟ୍‌ର ସେନାବାହିନୀର ଅସ୍ତ୍ରାଗାରରେ ଭୟଙ୍କର ବିସ୍ଫୋରଣ, ଥରିଗଲା ପୂରା ଅଞ୍ଚଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.