Below header

ପଖାଳ ଦିବସ ପାଳିବାକୁ ବଣଭୋଜି କଲେ ସମ୍ବଲପୁର ଟାମ୍ପରକେଲା ଗାଁ ଲୋକେ

ସମ୍ବଲପୁର (କେନ୍ୟୁଜ୍‌) : ଆଜି ପଖାଳ ଦିବସକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ସମ୍ବଲପୁର ଟାମ୍ପରକେଲା ଗ୍ରାମବାସୀ ବଣଭୋଜି କରି ପଖାଳ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରିଛନ୍ତି । ଓଡିଆଙ୍କ ଏହି ପ୍ରମୂଖ ଖାଦ୍ୟ ପଖାଳକୁ ଆଜି ଗ୍ରାମବାସୀ ମିଳିତ ଭାବରେ ଖାଇବାସହ ଏହାର ମଜା ନେଉଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଟାମ୍ପରକେଳାରେ ଆୟୋଜନ ହୋଇଥିଲା ସ୍ୱତନ୍ତ୍ର କାଯ୍ୟକ୍ରମ । ଦହି ପଖାଳ ସହ ୨୦ଟି ଆଇଟମ ତିଆରି ହୋଇଥିଲା । ଆଉ ଏହାର ବେଶ ମଜା ଉଠାଇଛନ୍ତି ଗ୍ରାମବାସୀ ।

TAMPARAKELA-4TAMPARAKELA-3

ଟାମ୍ପରକେଳା ଗ୍ରାମର ମହେଶ୍ବର ଯୁବକ ସଂଘ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା । କଦଳୀ ପତ୍ର ଉପରେ ମାଟି ପାତ୍ର ରେ ପଖାଳ ରଖାଯାଇ ବଡିଚୁରା, ମାଛଭଜା, ଚିକେନ କଷା, ଦହି ସାଲାଡ, ଚିଙ୍ଗୁଡି, ପନିର,ସହ ମୋଟ ୨୦ଟି ଆଇଟମ ସବୁ ପ୍ରସ୍ତୁତ କରାଯାଇଥିଲା । ସବୁଠାରୁ ଅଧିକ ସ୍ୱତନ୍ତ୍ର ହେଲା ଯେ ଏହି ଆୟୋଜନଟି ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ କରାଯାଇଥିଲା । ପୁଣି ସବୁ ଖାଦ୍ୟକୁ ମାଟି ପାତ୍ରରେ ପ୍ରସ୍ତୁତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.