Below header

କେନ୍ଦୁଝର ଜିଲ୍ଲା କନକନା ଗାଁରେ ଅଘଟଣ, ପିଚୁକଡ଼ାରେ ପଡି ୩ ପିଲା ଗୁରୁତର

କେନ୍ଦୁଝର(କେନ୍ୟୁଜ) :  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ । ଗୁରୁତର ଅବସ୍ଥାରେ ଗାଁ ଲୋକଙ୍କ ଦ୍ଵାରା ଉଦ୍ଧାର । ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ, ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା ।

ଆଜି ସକାଳୁ, ରାସ୍ତାକଡରେ ଥିବା ପିଚୁକଡ଼ାରେ କିଛି ପିଲା ଖେଳୁଥିବା ବେଳେ, ପିଚୁକଡ଼ା ଭିତରେ ପଡ଼ି ଯାଇଥିଲେ । ଏହା ଦେଖି ଲୋକମାନେ ଏକତ୍ର ହୋଇ ପିଲାମାନଙ୍କୁ ପିଚୁକଡ଼ାରୁ ଉଦ୍ଧାର କରିଛନ୍ତି । ଲୋକମାନେ ପିଲାଙ୍କ ଶରୀରରୁ ପିଚୁ ଛଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.