ଅବପାତର ରୂପ ନେଲା ବାତ୍ୟା ଜଓ୍ଵାଦ, ୨୪ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର(କେନ୍ୟୁଜ୍‌) : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଜୱାଦ୍ । ଆଜି ସଂଧ୍ୟା ୫ ଟା ୩୦ରେ ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ବିଶାଖପାଟଣାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରୁ ୯୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସେହିପରି ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୦୨୦ କିମି ଏବଂ ପାରାଦୀପର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୧୦୬୦ କିଲୋମିଟର ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ । ୪ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ସେଦିନ ସନ୍ଧ୍ୟାରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଅଗ୍ରସର ହେବ ଜଓ୍ଵାଦ୍ । ତେବେ କେଉଁଠି ଉପକୂଳ ଅତିକ୍ରମ କରିବ ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ ।

ଉପକୂଳ ଅତିକ୍ରମ କରୁ ବା ନକରୁ ଓଡ଼ିଶା ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ଆଇଏମଡି ଡିଜି । କାଲିଠୁ ପ୍ରକୋପ ଦେଖାଇବା ଆରମ୍ଭ କରିବ ଜଓ୍ଵାଦ୍ । ୪ ତାରିଖରେ ବଢ଼ିବ ବର୍ଷା ପବନ । ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୩ ତାରିଖ ମଧ୍ୟ ରାତ୍ରରୁ ବର୍ଷା ଆରମ୍ଭ ହେବ ।

୪ ତାରିଖରୁ ବର୍ଷାର ବେଗ ବଢ଼ିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୧୦ କି.ମି ରହିବ । ୪ ତାରିଖ ପାଇଁ ୪ ଟି ଜିଲ୍ଲାକୁ ୟଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.