ରାୟଗଡ଼ା କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ । ସରକାରୀ ବାସଭବନରୁ ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର । ବନ ବିଭାଗ ରେଞ୍ଜରଙ୍କ କୋଠରୀରେ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇ ମୃତଦେହ ଠାବ ହୋଇଛି। କଲ୍ଯାଣସିଂହପୁର ଥାନା ସଦର ମହକୁମା ଠାରେ ଘଟିଛି ଘଟଣା।

ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଥାନା ଅଧିକାରୀ ସମସ୍ତେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ରଜ ମୋହନ ଭୋଇ କଲ୍ଯାଣସିଂହପୁର ରେଞ୍ଜ ର ଡେପୁଟି ରେଞ୍ଜର ଭାବ କାର୍ଯ୍ଯରତ ଥିଲେ। ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀ ମାନେ ତାଙ୍କ କୋଠରୀକୁ ଯାଇ କବାଟ ବାଡେଇବା ସହ ଡାକିବା ପରେ ମଧ୍ଯ କୌଣସି ଉତ୍ତର ପାଇନଥିଲେ।

ଶେଷରେ ଝରକା ପଟେ କିଛି କର୍ମଚାରୀ ଦେଖିବା ପରେ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ। ଏହାପରେ ରେଞ୍ଜର ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ଭାବେ ସୁଧାକର ରଇତ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.