Below header

ମ୍ୟାଚର ଶେଷ ଓଭର ଓଲଟିଗଲା ବାଜି, ଏହି ବିଦେଶୀ ଖେଳାଳି ପୁଷ୍ପା ଷ୍ଟାଇଲରେ କଲେ ସେଲିବ୍ରେସନ

ଆଇପିଏଲର ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ କୋଲକାତା ବିପକ୍ଷ ମ୍ୟାଚରେ ଷଷ୍ଠ ବିଜୟ ହାସଲ କରିଛି । ବ୍ରୋବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ମାତ୍ର ୭ରନରେ ବାଜି ନେଇଥିଲା ରାଜସ୍ଥାନ ରୟାଲ୍ସ। ଶେଷ ଓଭରରେ କୋଲକାତାକୁ ୧୧ ରନ ଆବଶ୍ୟକ ଥିବା ବେଳେ ରାଜସ୍ଥାନ ହାତରେ ଦୁଇଟି ୱିକେଟ ବାକି ଥିଲା । କିନ୍ତୁ ଉଭୟ ୱିକେଟ ଅକ୍ତିଆର କରି ମକାୟ ଦଳ ପାଇଁ ବିଜୟ ଭେଟି ଦେଇଛନ୍ତି ।

ଏହି ବିଜୟ ପରେ ମକାୟ ପୁଷ୍ପା ସେଲିବ୍ରେସନ କରିଥିଲେ। ଦର୍ଶକଙ୍କୁ ଦେଖାଇଥିଲେ ‘ମକାୟ- ଝୁକେଗୋ ନେହିଁ’ । ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା। ଗତବର୍ଷ ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ପାର କ୍ରେଜ ଏପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ମନରୁ ଯାଇନାହିଁ। କେବଳ ଭାରତୀୟ ଖେଳାଳି ନୁହନ୍ତି ବିଦେଶୀ ଖେଳାଳି ମଧ୍ୟ ଏହାର ଡାଇଲଗ ଏବଂ ଆକ୍ସନ କରୁଥିବାର ନଜର ଆସିଛନ୍ତି।

ମ୍ୟାଚ ସରିବା ପରେ ମକାୟ କହିଛନ୍ତି, ମୋତେ ଭଲ ଲାଗିଲା। ଗତବର୍ଷ ପରେ ଏହା ମୋର ପ୍ରଥମ ମ୍ୟାଚ। ମୁଁ ବହୁତ ଚାପରେ ଖେଳୁଥିଲି। ଏବେ ଟିକେ ଭଲ ଲାଗୁଛି।

କୋଲକାତାକୁ ଶେଷ ୬ ବଲରେ ୧୧ ରନର ଦରକାର ରହିଥିଲା। ଟିମ୍‌ ହାତରେ ମାତ୍ର ଆଉ ୨ଟି ଉଇକେଟ ରହିଥିଲା। ତେଣୁ ଦ୍ୱିତୀୟ ବଲରେ ଶେଲଡନ ଜ୍ୟାକସନଙ୍କୁ କ୍ୟାଚ ଆଉଟ୍‌ ଏବଂ ଚତୁର୍ଥ ବଲରେ ଉମେଶ ଯାଦବଙ୍କୁ ବୋଲ୍ଡ ହେବା ପରେ ଦଳକୁ ବିଜୟୀ କରାଇବାରେ ସଫଳ ହୋଇଥିଲେ । ଏହାପରେ ସେ ପୁଷ୍ପା ଷ୍ଟାଇଲରେ ସେଲିବ୍ରେସନ କରିଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.