ଲାଲ କରିଡରରେ ଦେବଦୂତ ସାଜିଲେ ଯବାନ, ଗର୍ଭବତୀଙ୍କୁ ଖଟରେ ବୋହି ନେଲେ ଡାକ୍ତରଖାନା

ମାଲକାନଗିରି (କେନ୍ୟୁଜ): ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ ଖଟରେ ବୋହି ଡାକ୍ତରଖାନା ନେଲେ ସୁରକ୍ଷାକର୍ମୀ। ଅପରାଧୀଙ୍କୁ ଦଣ୍ଡ ଓ ଅସହାୟଙ୍କୁ ସାହାଯ୍ୟ। ଏଭଳି ସ୍ଲୋଗାନ ଦେଇ ଜନହିତକର କାମରେ ନିୟୋଜିତ ଅଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ କାର୍ଯ୍ୟରତ ଡିଆରଜି ଯବାନ। ଜଙ୍ଗଲ ଭିତରେ ରହୁଥିବା ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ଡାକ୍ତରଖାନା ନେବା ଘଟଣା ପାଇଁ ସେମାନେ ପ୍ରଂଶସା ସାଉଣ୍ଟିଛନ୍ତି ।

ଦନ୍ତେୱାଡା ଜିଲ୍ଲା ରେୱଲିରେ ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ନଷ୍ଟ କରି ଦେଇଛନ୍ତି ମାଓବାଦୀ। ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେୱାଲି ଗାଁର ଗର୍ଭବତୀ କୁର୍ମା ନନ୍ଦେ ପ୍ରସବ ଯନ୍ତ୍ରଣା ପାଇବାରୁ ପରିବାର ଲୋକ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ। ମାଓବାଦୀ ରାସ୍ତା କାଟି ଦେଇଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଖଟିଆରେ ବୋହି ଗାଁ ବାହାରକୁ ଆସିଥିଲେ । ଏହି ଦୃଶ୍ୟ ଦେଖିବା ପରେ ଡିଆରଜି ଯବାନ ସହାୟତାର ହାତ ବଢ଼ାଇଥିଲେ । ଗର୍ଭବତୀଙ୍କୁ ବୋହି ଆଣି ମୁଖ୍ୟ ରାସ୍ତାକୁ ଆସିଥିଲେ।

ଏହାପରେ ପାଟ୍ରୋଲିଂ ଗାଡିରେ ବସାଇ ପାଲନାର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତରଖାନାରେ ସୁରକ୍ଷିତ ଭାବେ ପ୍ରସବ ହୋଇଥିବା ବେଳେ ମାଆ ଓ ଛୁଆ ସୁରକ୍ଷିତ ଅଛନ୍ତି। ଦନ୍ତେୱାଡା ଡିଆରଜି ଯବାନଙ୍କୁ ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.