ବୁଧବାର ଏହି ନିୟମ ପାଳନ କଲେ ଘରକୁ ଆସିଥାଏ ସୁଖ-ଶାନ୍ତି ଓ ସମୃଦ୍ଧି, ଦୂର ହୁଏ ଅଭାବ

ସପ୍ତାହର ପ୍ରତ୍ୟେକ ବାର କୌଣସି ନା କୌଣସି ଭଗବାନଙ୍କୁ ଉତ୍ସର୍ଗୀକୃତ ହୋଇଥାଏ। ସେହିଭଳି ବୁଧବାର ହେଉଛି ବିଘ୍ନ ବିନାଶକ ଗଣପତିଙ୍କ ବାର। ଏହି ଦିନ ବିଧି ବିଧାନ ମୁତାବକ ଗଣେଣଙ୍କ ପୂଜା କଲେ ସେ ଖୁସି ହୋଇ ଜ୍ଞାନ ଓ ଧନର ଆଶୀର୍ବାଦ ଦେଇଥାନ୍ତି। ଏହା ବ୍ୟତୀତ ବୁଧବାର ଦିନ ବୁଧ ଗ୍ରହଙ୍କୁ ମଧ୍ୟ ସମର୍ପିତ ହୋଇଥାଏ। ଯଦି ଘରେ କୌଣସି ପ୍ରକାରର କଳି ଝଗଡ଼ା ଲାଗି ରହୁଛି, ତେବେ ବୁଧ ଗ୍ରହଙ୍କୁ ପୂଜା କଲେ ମୁକ୍ତି ମିଳିଥାଏ। ଏହା ସହ ଅଶୁଭ ଗ୍ରହର ପ୍ରଭାବ ମଧ୍ୟ ଦୂର ହୁଏ। ଏଥିପାଇଁ ବୁଧବାର ଦିନ ବ୍ରତର କେତେକ ନିୟମ ପାଳନ କରିବା ନିତାନ୍ତ ଆବଶ୍ୟକ।

ବୁଧବାର ବ୍ରତ ନିୟମ:

  • ଯଦି ବୁଧବାର ବ୍ରତ କରିବାକୁ ଚିନ୍ତା କରୁଥାନ୍ତି, ତେବେ ଶୁକ୍ଲ ପକ୍ଷର ପ୍ରଥମ ବୁଧବାରରୁ ବ୍ରତ ଆରମ୍ଭ କରିପାରିବେ।
  • ବୁଧବାର ବ୍ରତ ସଂଖ୍ୟା ୨୧ କିମ୍ବା ୪୧ ହୋଇଥାଏ। ଏଣୁ ବ୍ରତ ଆରମ୍ଭ କରିବା ପୂର୍ବରୁ ହାତରେ ଜଳ ନେଇ କେତେ ଦିନ ପାଇଁ ବ୍ରତ କରିବେ ସଂକଳ୍ପ କରିନିଅନ୍ତୁ। ଏହି ବ୍ରତରେ ଲୁଣ ଖାଇବାକୁ ବାରଣ କରାଯାଇଛି। ଆପଣ ବ୍ରତ ବେଳେ ମିଠା ଭୋଜନ କରିପାରିବେ।
  • ବ୍ରତ ଦିନ ସକାଳୁ ଉଠି ସ୍ନାନ, ପୂଜା ଆଦି କରି ବୁଧ ଯନ୍ତ୍ର ସ୍ଥାପନ କରନ୍ତୁ ଓ ନିୟମିତ ଏହାକୁ ପୂଜା କରନ୍ତୁ।
  • ଏହି ଦିନ ଭୋଜନ ରୂପେ ମୁଗ ଡାଲିର ହାଲୁଆ କରି ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହା ପରେ ସନ୍ଧ୍ୟାରେ ନିଜେ ଭୋଗ ଖାଇ ବ୍ରତ ଖୋଲନ୍ତୁ।
  • ଭୋଜନ କରିବା ପୂର୍ବରୁ ପ୍ରଥମେ ଦାନ କରନ୍ତୁ ଓ ଏହି ଦିନ ବୁଧଙ୍କ ସମ୍ବନ୍ଧୀୟ ବସ୍ତୁକୁ ଦାନ କରିବା ଉଚିତ।
  • ବ୍ରତ ଦିନ ବୁଧମନ୍ତ୍ର ଓଁ ବ୍ରାଂ ବ୍ରିଂ ବ୍ରୋଂ ସଃ ବୁଧାୟେ ନମଃ ମନ୍ତ୍ରକୁ ୯,୦୦୦ ଥର କିମ୍ବା ୫ ମାଳ ଜପ କରନ୍ତୁ।
  • ବ୍ରତ ଦିନ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ।
  • ଶେଷ ବୁଧବାର ଦିନ ବୁଧ ମନ୍ତ୍ରରେ ହୋମ କରି ପୂର୍ଣ୍ଣାହୂତି ଦେଇ ବ୍ରାହ୍ମଣଙ୍କୁ ମିଠା ଭୋଜନ କରାଇ ଦାନ କରନ୍ତୁ। ଏହି ଉପାୟରେ ବ୍ରତ ଶେଷ କରନ୍ତୁ।

Also Read: କାଳ ହେଲା ବ୍ଲୁ ଫିଲ୍ମ: ସ୍ତ୍ରୀ ପର୍ଣ୍ଣ ମୁଭିରେ କାମ କରୁଥିବା ସନ୍ଦେହରେ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.