ରାଜଧାନୀରୁ କୋକେନ୍‌ ମିଳିବା ଘଟଣା: ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ ଗିରଫ ୨ ଅଭିଯୁକ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ବାହାର ଦେଶର ଲିଙ୍କ୍‌ ରହିଛି। ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ । ଚୀନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ , ଥାଇଲାଣ୍ଡ ଓ ୟୁଏସ୍‌ଇର ପେଡଲରଙ୍କ ଯୋଗାଯୋଗରେ ଥିଲେ ଦୁଇ ଅଭିଯୁକ୍ତ ସନ୍ନି ଓ ରବି। ଫରେନ୍‌ ପେଡଲରଙ୍କ ଜରିଆରେ ଯୋଗାଯୋଗରେ ରହି କୋକେନ୍‌ ସପ୍ଲାଏ ପାଇଁ ତିଆରି କରୁଥିଲେ ନେଟ୍‌ୱର୍କ।

ନିୟମିତ ଭାବେ ଯୋଗାଯୋଗରେ ରହି ଡ୍ରଗ୍‌ ନେଟୱର୍କ ବଢାଇବାକୁ ଧିରେ ଧିରେ ବିଭିନ୍ନ ଗ୍ରୁପ୍‌ ଜରିଆରେ ବଢାଇଥିଲେ ସପ୍ଲାଏ ଚେନ୍‌। ପୁରୀ ସହ ଲିଙ୍କ୍‌ ଥିଲା। ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ୍‌ ବିକ୍ରି କରିଥିବା ସନ୍ଦେହ କରାଯାଉଛି।

ଗିରଫ ଦୁଇ ଅଭିଯୁକ୍ତ ସନ୍ନି କୁମାର ଓ ରବି ସିଂକୁ ଗତକାଲି ଜେରା କରିଛି ଏନସିବି ଟିମ୍‌ । ତା ସହ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଦୁଇ ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ବାହାର କରୁଛି । ଦକ୍ଷିଣ ଆଫ୍ରିକା ଲିଙ୍କ ନେଇ ଖୋଳତାଡ଼ ଚାଲିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦକ୍ଷିଣ ଆଫ୍ରିକା କରେନ୍‌ସୀ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.