ମାଓ ଶିବିରରୁ ମିଳିଲା ଦେଶୀ ରକେଟ ଲଞ୍ଚର, ମାଟିରେ ପୋତି ରଖିଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ

ମାଓ ଶିବିରରୁ ମିଳିଲା ଦେଶୀ ରକେଟ ଲଞ୍ଚର। କାଲିମେଳା ଥାନାର ଭେଜିଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ବିଏସଏଫର ଅପରେସନରେ ବେଳେ ମିଳିଛି ସଫଳତା। ବିଶ୍ବସ୍ତ ସୂଚନା ମିଳିବା ପରେ ଆମପଦର- ଏଲକାନୁର ଓ ବୋଦିଲୁଗୁଡା- ବୃନ୍ଦାମାମଡି ଅଞ୍ଚଳରେ ଅପରେସନ ଆସନ କରିଥିଲା ବିଏଏସଏଫ।

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ବଡ଼ ଧରଣର ମାଓ କ୍ୟାମ୍ପ ଠାବ। ମାଓ ଶିବିରରୁ ମିଳିଲା ଦେଶୀ ରକେଟ ଲଞ୍ଚର। କାଲିମେଳା ଥାନାର ଭେଜିଙ୍ଗିୱାଡା ସଂରକ୍ଷିତ ଜଙ୍ଗଲରେ ବିଏସଏଫର ଅପରେସନରେ ବେଳେ ମିଳିଛି ସଫଳତା। ବିଶ୍ବସ୍ତ ସୂଚନା ମିଳିବା ପରେ ଆମପଦର- ଏଲକାନୁର ଓ ବୋଦିଲୁଗୁଡା- ବୃନ୍ଦାମାମଡି ଅଞ୍ଚଳରେ ଅପରେସନ ଆସନ କରିଥିଲା ବିଏଏସଏଫ।

ମାଟିରେ ପୋତି ରଖିଥିବା ବହୁ ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି। ଏଥିରେ ଗୋଟିଏ ରାଇଫଲ, ୧୧ଟି ବ୍ୟାରେଲ, ଗୋଟିଏ ମାଗାଜିନ, ହ୍ୟାଣ୍ଡ ଗ୍ରେନେଡ, ୩ଟି ଦେଶୀ ବନ୍ଧୁକ, ୨ଟି 51MM ମୋର୍ଟାର ବମ, ଦେଶୀ ରକେଟ ଲଞ୍ଚର ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯବାନଙ୍କ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଏହାକୁ ଗଚ୍ଛିତ କରି ରଖାଯାଇଥିବା ସନ୍ଦେହ କରାଯାଉଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.