ଆଜିଠୁ ମୁଖ୍ୟ ସଚିବ ଭାବେ ପ୍ରଦୀପ ଜେନା ଓ ନୂଆ ଉନ୍ନୟନ କମିଶନରର ଦାୟିତ୍ୱ ନେବେ ଅନୁ ଗର୍ଗ

ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ ।ତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିତ୍ୱ ନେବା ପୂର୍ବରୁ ଗତକାଲି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ଏହାସହ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ ଅନୁ ଗର୍ଗ । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି । ଗତକାଲି ଦୁଇ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିତ୍ୱ ନେବା ପୂର୍ବରୁ ଗତକାଲି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ସମୟରେ ଉପସ୍ଥିତ ଥିଲେ ବିଦାୟୀ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ସଚିବ ଭାବେ ସୁରେଶ ମହାପାତ୍ରଙ୍କର ଗତକାଲି କାର୍ଯ୍ୟକାଳ ସରିଥିଲା ।

୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ପ୍ରଦୀପ ଜେନା । ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । କେନ୍ଦ୍ରାପଡ଼ା, କଟକ ଓ କଳାହାଣ୍ଡିର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ପଞ୍ଚାୟତିରାଜ ବିଭାଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ ଜେନା । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ, ଶକ୍ତି, ଜଳସଂପଦ ଆଦି ବିଭାଗର ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.