ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା : ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର । ୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର। ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର।

ନୂଆଦିଲ୍ଲୀ : ମାର୍ଚ୍ଚ ମାସ ପ୍ରଥମ ଦିନରେ ଗ୍ରାହକଙ୍କୁ ମହଙ୍ଗା ମାଡ଼। ମହଙ୍ଗା ହେଲା ଏଲପିଜି ସିଲିଣ୍ଡର । ୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର। ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡର ଦର ପହଞ୍ଚିଛି ୧୧୦୩ ଟଙ୍କାରେ ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢ଼ିଛି। ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଫଳରେ ରେଷ୍ଟୁରାଣ୍ଟ ଓ ହୋଟେଲରେ ବସି ଖାଦ୍ୟ ଖାଇବା ମହଙ୍ଗା ହୋଇପାରେ । ପୂର୍ବରୁ ଦର ୧୦୭୯ ରହିଥିବାବେଳେ ଏବେ ବୃଦ୍ଧି ପାଇ ୧୧୨୯ ଟଙ୍କା ହୋଇଛି। ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଦର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.