Below header

ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଗହଳି କାହିଁକି ନାହିଁ ? ବାଧକ ସାଜିଛି କୋଭିଡ ନେଗେଟିଭ ସାର୍ଟିଫିକେଟ୍

ପୁରୀ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ମାତ୍ରାଧିକ ଭାବେ ହ୍ରାସ ପାଇଛି। ଭକ୍ତଙ୍କ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧକ ସାଜିଛି। ବାହାର ଭକ୍ତଙ୍କ ପାଇଁ ପୁରୀରେ କୋଭିଡ ଟେଷ୍ଟ ନଥିବାରୁ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଟକଣା କୋହଳ କରିବା ସହ ପୁରୀରେ ତତ୍କାଳ କୋଭିଡ ଟେଷ୍ଟ ବ୍ୟବସ୍ଥା କରିବାକୁ ପ୍ରୟାସ ଚାଲିଥିବା ପ୍ରଶାସନ କହିଛି।

ସେପଟେ ଭକ୍ତ ନଥିବାରୁ ଶ୍ରୀମନ୍ଦିର ଓ ସିଂହଦ୍ୱାର ପୁରା ଖାଁ ଖାଁ ଲାଗୁଛି। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଥିଲେ ମଧ୍ୟ ଭକ୍ତଙ୍କ ଦେଖା ନାହିଁ। ପ୍ରଥମ ଦିନ ପ୍ରାୟ ୪ ହଜାର, ଗତକାଲି ୩ ହଜାର ଭକ୍ତଙ୍କ ପରେ ଆଜି ଭକ୍ତଙ୍କ ସଂଖ୍ୟା କାଁ ଭାଁ ଦେଖିବାକୁ ମିଳିଛି। ଏପରିକି ପୁରୀ ବାସିନ୍ଦାଙ୍କ ପାଇଁ କୋଭିଡ ନେଗେଟିଭ ରିପୋଟ ଜରୁରୀ ହୋଇଥିବାରୁ ଶ୍ରୀମନ୍ଦିର ଯାଇପାରୁନାହାନ୍ତି ଭକ୍ତ l ବାହାର ଭକ୍ତଂକ ପାଇଁ ପୁରୀରେ ଟେଷ୍ଟ କରିବାର ସୁଯୋଗ ନଥିବାରୁ ସମସ୍ୟା ଉପୁଜିଛି।

ଏପଟେ କୋଭିଡ ଟେଷ୍ଟ ପାଇଁ ପୁରୀ ବଡ ମେଡିକାଲ ଓ ଘରୋଇ ନର୍ସିଂ ହୋମ ଗୁଡିକରେ ଲମ୍ବା ଲାଇନ ଲାଗିଛି l ଟେଷ୍ଟ ରିପୋର୍ଟ ଜାଲିଆତି ହେବା ଅଭିଯୋଗ ହେବାରୁ ନର୍ସିଂ ହୋମ ଗୁଡିକରେ ପ୍ରତେକ ଦିନ ଟେଷ୍ଟ ୨୦୦ ମଧ୍ୟରେ ସୀମିତ ରଖିବାକୁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି l ବାହାର ଲୋକଙ୍କୁ କମ ମୂଲ୍ୟରେ ତୁରନ୍ତ ତତ୍କାଳ କୋଭିଡ ଟେଷ୍ଟ ବ୍ୟବସ୍ଥା କରିବାକୁ ଦାବି ହେଉଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.