ଖୋଲିଲା ଧବଳେଶ୍ୱର ପୀଠ: ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଠଗଡ଼(କେନ୍ୟୁଜ୍‌) : ଭକ୍ତଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠୁ ଧବଳେଶ୍ୱର ପୀଠକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି । ଝୁଲା ପୋଲ ବଦଳରେ ଅସ୍ଥାୟୀ ରାସ୍ତା ଦେଇ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଭକ୍ତ । ଦିନ ୧୦ ଟାରୁ ବାବା ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ପାଇଁ ଖୋଲିବ ଅସ୍ଥାୟୀ ରାସ୍ତା ।

ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଗୁଜରାଟର ମୋର୍ବୀ ଝୁଲା ପୋଲ ଦୁର୍ଘଟଣା ପରେ ମରାମତି ପାଇଁ ଦୀର୍ଘ ଦୁଇ ମାସ ଧରି ବନ୍ଦ ଥିଲା ଧବଳେଶ୍ୱର ଝୁଲା ପୋଲ । ଦୁର୍ବଳ ଝୁଲାପୋଲ ପାଇଁ ପୀଠରେ ଲାଗୁ ହୋଇଥିଲା ୧୪୪ ଧାରା। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.