Below header

ସରିଲା ଧାମନଗର ଉପନିର୍ବାଚନ: ଇଭିଏମରେ ସିଲ୍ ହେଲା ଭାଗ୍ୟ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରବଳ ଉତ୍ସାହର ସହ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେଇଛନ୍ତି ଧାମନଗରବାସୀ। ଦିନ ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟିଂ ହୋଇଛି । କାଁଭାଁ ଉତ୍ତେଜନା ସହ ଶାନ୍ତି ଶୃଙ୍ଖଳାର ସରିଛି ଭୋଟିଂ । ଇଭିଏମ ବାକ୍ସରେ ସିଲ୍‌ ହୋଇଛି ୫ ପ୍ରାର୍ଥୀଙ୍କ ଭବିଷ୍ୟତ । ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଆସନ୍ତା ୬ ତାରିଖରେ ହେବ ଭୋଟ ଗଣତି ଓ ଫଳାଫଳ ଘୋଷଣା।

ବିଜେଡି ପ୍ରାର୍ଥୀନି ଅବନ୍ତୀ ଦାସ କାଁପଡାର ୭୮ ନମ୍ବର ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର NACର ୧୨୫ ନମ୍ବର ବୁଥ୍‌ରେ ନିଜ ପରିବାର ଲୋକଙ୍କ ଆସି ଭୋଟ ଦେଇଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ମତଦାନ କରିଛନ୍ତି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.